Monday, 07/October/2024 01:37
Mo Dhenkanal
ସ୍ପେସିଆଲ ରିପୋର୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ କାଲି ପ୍ରକାଶ ପାଇବା ସହ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ ବୋଲି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

FB_IMG_1686103726896
Picsart_22-04-11_10-18-21-175

ପ୍ରକାଶ ପାଇବାକୁ ଥିବା ବେଳେ ଛାତ୍ରଛାତ୍ରୀ www.orissaresults.nic.in ଓ SAMS e space ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ । ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ।

IMG-20230205-WA0003
Picsart_22-04-11_10-18-21-175

ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ ଲାଗି ୧୨ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଥିଲା। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲାଗିବା ସହ ଇ-ମୂଲ୍ୟାୟନ କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଥିଲା।
ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ଅନୁପସ୍ଥିତ ରହିଥିବା ନଜରକୁ ଆସିଥିଲା।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

ବାଣିଜ୍ୟରେ ପିଏଚଡି ହାସଲ କଲେ ଅଧ୍ୟାପିକା ସୌମ୍ୟା ନନ୍ଦ !

Mo Dhenkanal

Leave a Comment

18 + 12 =