Saturday, 18/May/2024 10:42
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

ମୋଢେଙ୍କାନାଳ : ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷାରେ ସହାୟତା ସହ ଅସମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଚିହ୍ନଟ ପାଇଁ ପଦ୍ମବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ନିଜ ବଜାର ଅଞ୍ଚଳରେ ସିସିଟିଭି ଲଗାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ସାଧାରଣତନ୍ତ୍ର ଦିବସ ମଧ୍ୟାହ୍ନରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ବିଜୟ କୁମାର ସାହୁ ଓ ସମ୍ପାଦକ ସମୀର କୁମାର ଦାସଙ୍କ ସମେତ ପୂଜା କମିଟିର ଅନ୍ୟ କର୍ମକର୍ତା ଓ ବଜାରର ବିଶିଷ୍ଟ ବ୍ୟକ୍ତିବୃନ୍ଦ ଯୋଗଦେଇଥିଲେ । ଢେଙ୍କାନାଳ ସହରରେ ଏଭଳି ପଦକ୍ଷେପ ନେବାରେ ପଦ୍ମବଜାର ଲକ୍ଷ୍ମୀପୂଜା କମିଟି ପ୍ରଥମ ହୋଇଥିବାରୁ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ଏହାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଅନ୍ୟ ପୂଜା କମିଟି ଏଭଳି ପଦକ୍ଷେପ ନେଲେ ସହରର ଆଇନ୍‌ଶୃଙ୍ଖଳା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ମତ ଦେଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

three × two =