Sunday, 05/May/2024 11:32
Mo Dhenkanal
ଢେଙ୍କାନାଳ ଖବର

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

ଢେଙ୍କାନାଳ, ବିଶ୍ୱ ବିଖ୍ୟାତ ଭାଷାବିଜ୍ଞାନୀ, ପ୍ରଖ୍ୟାତ ଧ୍ଵନିତତ୍ତ୍ବବିତ୍‌, ଶିକ୍ଷାବିତ୍, ସୁସାହିତ୍ୟିକ ସ୍ବର୍ଗତ ପ୍ରାଧ୍ୟାପକ ଗୋଲୋକ ବିହାରୀ ଧଳଙ୍କ ସ୍ମୃତିରେ ଏକ ଜାତୀୟସ୍ତରୀୟ ଭାଷା ସମାବେଶ ଆସନ୍ତା ‘ଅନ୍ତର୍ଜାତୀୟ ମାତୃଭାଷା ଦିବସ’ ୨୧ ଫେବ୍ରୁଆରୀ ୨୦୨୪ ରେ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହେବ ।

FB_IMG_1686103726896
Picsart_22-04-11_10-18-21-175

ଏଥିରେ ବିଭିନ୍ନ ଭାଷାବିତ୍, ଧ୍ବନିତତ୍ତ୍ୱବିତ୍, ବିଶ୍ଵବିଦ୍ୟାଳୟ ଗବେଷକ, ପ୍ରାଧ୍ୟାପକ, ଭାଷା ଅଧିକାର କର୍ମୀ, ଛାତ୍ରଛାତ୍ରୀ ତ‌ଥା ଭାଷାପ୍ରେମୀ ଜନଗଣଙ୍କ ସମାବେଶ ହୋଇ ମାତୃଭାଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

IMG-20230205-WA0003
Picsart_22-04-11_10-18-21-175

ଏହି ଅବସରରେ ଭାଷା ସମ୍ପର୍କିତ କବିତା ପାଠ ଆସର ଭାଷା ସ୍ରୋତସ୍ୱିନୀ ଅନୁଷ୍ଠିତ ହେବ।ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଏହି କାର୍ଯ୍ୟହେବ ବୋଲି ଆୟୋଜକ ବିଶ୍ବ ଓଡ଼ିଶା ଓ ଗୋଲୋକ ବିହାରୀ ଧଳ ସ୍ମୃତି ପରିଷଦ ପକ୍ଷରୁ ଏକ ମିଳିତ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Picsart_22-04-11_10-18-21-175

ମାତୃଭାଷା ପାଇଁ ସମର୍ପିତ ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ସକାଳ ୮ଟାରେ ବାଜିଛକ ଠାରୁ ଭାଷାପ୍ରେମୀ ଜନସାଧାରଣଙ୍କୁ ନେଇ ଏକ ଭାଷା ପଦଯାତ୍ରାରୁ ଆରମ୍ଭ ହେବା ସହିତ ସକାଳ ୧୦.୩୦ ଉଦ୍‌ଘାଟନୀ ଅଧିବେଶନରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ, ବ୍ୟକ୍ତିତ୍ୱ ବିକାଶରେ ମାତୃଭାଷା, ମାତୃଭାଷା ଓ ସାର୍ବଜନୀନ ଶିକ୍ଷା ଉପରେ ଆଲୋଚନା ହେବ।

ସେହିପରି ମଧ୍ୟାହ୍ନ ୧୨.୦୦ ବୈଷୟିକ ଅଧିବେଶନରେ ପ୍ର. ଗୋଲୋକ ବିହାରୀ ଧଳଙ୍କ ଜୀବନୀ ଓ ସୃଜନୀ, ଜୀବନରେ ଭାଷା, ଜୀବିକା ପାଇଁ ଭାଷା, ଶାସନ ପ୍ରଶାସନରେ ମାତୃଭାଷା ସମ୍ପର୍କରେ ଆଲୋଚନା ରହିବ।

ଅପରାହ୍ନ ୩ଟାରେ ଭାବ ବିନିମୟ କ୍ରମରେ
ବିଛିନ୍ନ ଓଡ଼ିଶାରେ ମାତୃଭାଷାର ସ୍ଥିତି ସମ୍ପର୍କରେ ବିଚ୍ଛିନ୍ନ ଓଡ଼ିଶାର ଭାଷା ସଂଗ୍ରାମୀମାନେ ମତ ରଖିବା ସହିତ ଛାତ୍ରଛାତ୍ରୀଙ୍କ ବକ୍ତବ୍ୟ ରହିବ। ଅପରାହ୍ନ ୪.୦୦ ରେ କବିତା ଆସର ‘ଭାଷା ସ୍ରୋତସ୍ୱିନୀ’ ଏବଂ ସନ୍ଧ୍ୟା ୫.୦୦ ସାଧାରଣ ଅଧିବେଶନ ରେ ପୁରସ୍କାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିବ ବୋଲି ଆୟୋଜକ ମାନେ ଜଣାଇଛନ୍ତି ।

ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଆବାହକତ୍ଵ ଓ ବରିଷ୍ଠ ଆଇନଜୀବୀ ଦୀପ୍ତୀଶ ପ୍ରସାଦ ପଟ୍ଟନାୟକ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ
ଅପର୍ତ୍ତି ନାୟକ, ମୁଖ୍ୟ ସଂଯୋଜକ ରତନ ନାୟାର, ସଂଯୋଜିକା ପ୍ରଭାତୀ ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ ।

ବିଶ୍ବ ବିଖ୍ୟାତ ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳଙ୍କୁ ରାଜ୍ୟ ସରକାର ଯଥାଯଥ ସମ୍ମାନ ଦେବାରେ ଅବହେଳା କରିଛନ୍ତି ବୋଲି ଆୟୋଜକ ମାନେ କ୍ଷୋଭ ପ୍ରକାଶ କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କର ଜୟନ୍ତୀ ପାଳନ କରିବା, ବିଶ୍ୱବିଦ୍ୟାଳୟରେ ସ୍ମାରକୀ ପ୍ରତିଷ୍ଠା କରିବା, ପାଠ୍ୟକ୍ରମରେ ଭାଷା ବିଜ୍ଞାନ ସମ୍ପର୍କିତ ବିଷୟ ରଖିବା ଆଦି ଦାବି କରିଥିଲେ।

ପ୍ର. ଗୋଲୋକ ବିହାରୀ ଧଳ ସ୍ମୃତି ସଂସଦ, ଢେଙ୍କାନାଳ ଏବଂ ବିଶ୍ବ ଓଡ଼ିଶା, ଭୁବନେଶ୍ୱର ପକ୍ଷରୁ ସମ୍ପାଦକ ମନୋଜ କୁମାର ସାହୁ ‘ମନ୍ମୟ’ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ବିଜେଡିରେ ଯୋଗଦେଲେ ଯୁବ ଉଦ୍ୟୋଗୀ ଡକ୍ଟର ଅବିନାଶ ସାମଲ, କାହିଁକି ସାମିଲ ହେଲେ ସକ୍ରିୟ ରାଜନୀତିରେ ଆସନ୍ତୁ ଜାଣିବା !

Mo Dhenkanal

Leave a Comment

nine + 5 =