Sunday, 05/May/2024 09:36
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

ଆଜି ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପାର୍ଥି ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ଆସନ ପାଇଁ ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ବିଧାୟକ ଡ଼. ନୃସିଂହ ସାହୁ ପୁନର୍ବାର ଟିକେଟ୍ ପାଇ ବିଜେଡ଼ି ପକ୍ଷରୁ ଲଢ଼ିବେ ବୋଲି ସୂଚନା ମିଳିଥିବା ବେଳେ ଅପରାହ୍ନରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପାର୍ଥି ତାଲିକାରେ ଢେଙ୍କାନାଳ ଆସନ ପାଇଁ ଡ଼ା. ଅବିନାଶ ସାମଲଙ୍କୁ ପାର୍ଥି କରିଥିବା ସୂଚନା ମିଳିଛି ।

FB_IMG_1686103726896
Picsart_22-04-11_10-18-21-175

ଡ଼ା. ସାମଲ ହେଉଛନ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗପତି ତଥା ଡାକ୍ତର ଅବିନାଶ ସାମଲ। ତାଙ୍କ ପିତା ଗଙ୍ଗାଧର ସାମଲ ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି। ତାଙ୍କ ଦାଦା ସୁଧୀର କୁମାର ସାମଲ ହେଉଛନ୍ତି ବର୍ତ୍ତମାନ ଢେଙ୍କାନାଳ ବିଜେଡି ବିଧାୟକ ଯିଏ କି ପୁନର୍ବାର ଚଳିତ ନିର୍ବାଚନରେ ବିଜେଡ଼ିରୁ ଢେଙ୍କାନାଳ ବିଧାନସଭା ପାଇଁ ଲଢେଇ କରିବାକୁ ସୁଯୋଗ ପାଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଯୁବ ପିଢିଙ୍କୁ ବିଭିନ୍ନ ଆସନରେ ବିଜେଡ଼ି ସୁଯୋଗ ଦେଇଥିବା ବେଳେ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ନୂତନ ଚେହେରାକୁ ଆଗୁକୁ ଆଣିଛନ୍ତି ସୁପ୍ରିମୋ ।

Picsart_22-04-11_10-18-21-175

ଗତ ମାସରେ ଶଙ୍ଖଭବନରେ ସାଂସଦ ମାନସ ମଙ୍ଗରାଜ, ବିଧାୟକ ସୁଧୀର ସାମଲ ଏବଂ ବିଜେଡି ନେତା ପ୍ରିୟବ୍ରତ ମାଝିଙ୍କ ଉପସ୍ଥିତିରେ ଅବିନାଶ ଦଳରେ ସାମିଲ ହୋଇଥିଲେ । ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ୫ଟି ଅଧ୍ୟକ୍ଷ, ସାଂଗଠନିକ ସଂପାଦକଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସମସ୍ତ ମତଦାତା ଙ୍କ ଆଶୀର୍ବାଦ କାମନା କରିଛନ୍ତି ।।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

ବିଜେଡିରେ ଯୋଗଦେଲେ ଯୁବ ଉଦ୍ୟୋଗୀ ଡକ୍ଟର ଅବିନାଶ ସାମଲ, କାହିଁକି ସାମିଲ ହେଲେ ସକ୍ରିୟ ରାଜନୀତିରେ ଆସନ୍ତୁ ଜାଣିବା !

Mo Dhenkanal

Leave a Comment

three × five =