Saturday, 18/May/2024 09:35
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ବାଣିଜ୍ୟରେ ପିଏଚଡି ହାସଲ କଲେ ଅଧ୍ୟାପିକା ସୌମ୍ୟା ନନ୍ଦ !

ଅଧ୍ୟାପିକା ସୋମ୍ୟା ନନ୍ଦ ଙ୍କ ବାଣିଜ୍ୟ ରେ ପିଏଚ୍. ଡି ଲାଭ।ଢେଙ୍କାନାଳ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ଅଧ୍ୟାପିକା ଶ୍ରୀମତୀ ସୋମ୍ୟା ନନ୍ଦ ଉତ୍କଳ ବିଶଵବିଦ୍ୟାଳୟରୁ ବାଣିଜ୍ୟରେ ଡକ୍ଟରେଟ ଇନ୍ ଫିଲୋଶୋଫି ବା ପିଏଚ୍. ଡି ଉପାଧି ପ୍ରାପ୍ତ କରିଛନ୍ତି। ଡଃ  ନନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଜୟନ୍ତ କୁମାର ପରିଡ଼ା ଙ୍କ ତତ୍ତ୍ଵାବଧାନରେ ” The Myths and Realities of Financial Inclusion Policies and Practices in India- An Exploratory Study” ଶୀର୍ଷକ ସନ୍ଧର୍ଭ ଲେଖି ଏହି ସମ୍ମାନ ଜଣକ ଉପାଧି ଲାଭ କରିଛନ୍ତି। ତାଙ୍କ ସନ୍ଦର୍ଭ ଟି ଗୌହାଟୀ ବିଶ୍ଵବିଦ୍ୟାଳୟ ର ପ୍ରଫେସର ଡଃ ସନ୍ତୋଷ କୁମାର ମହାପାତ୍ର ଓ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ର ପ୍ରଫେସର ଡଃ ଟୁଇଂକିଲ ପୃଷ୍ଟି ଙ୍କ ଦ୍ଵାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରସଂଶିତ ହୋଇଛି।

FB_IMG_1686103726896
Picsart_22-04-11_10-18-21-175

ଏହି ସନ୍ଦର୍ଭ ପ୍ରସ୍ତୁତ କରିବାରେ ମାର୍ଗଦର୍ଶନ କରିଥିବାରୁ ଡଃ ନନ୍ଦ, ପ୍ରଫେସର ପରିଡ଼ା ଙ୍କ ସହିତ ଇଟା ନଗର ସ୍ଥିତ ରାଜୀବ ଗାନ୍ଧି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ  ର ପ୍ରଫେସର୍ ସଞ୍ଜୀବ କୁମାର ଜେନା ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଡଃ ନନ୍ଦ, ଢେଙ୍କାନାଳ ଷ୍ଟେସନ ବଜାରର ଇଂ ଜନ୍ମେଜୟ ମହାପାତ୍ର ଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଧନଞ୍ଜୟ ମହାପାତ୍ର ଓ ଶିକ୍ଷୟତ୍ରୀ ଶ୍ରୀମତୀ ଜିବନ୍ମୟୀ ମହାପାତ୍ର ଙ୍କ ପୁତ୍ରବଧୂ ଏବଂ ଢେଙ୍କାନାଳ ରଥାଗଡା ର ଶ୍ରୀ ସୁକାନ୍ତ କୁମାର ନନ୍ଦ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ନନ୍ଦ ଙ୍କ ସୂପୁତ୍ରି ଅଟନ୍ତି। ଏହି ସଫଳତା ପାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପତି ଜନ୍ମେଜୟ, ପୁତ୍ର ରିହାନ, ପିତା, ମାତା, ଶାଶୁ, ଶଶୁର, ପରିବାର ର ଅନ୍ୟାନ ସଦସ୍ୟ ତଥା ସହକର୍ମୀ ମାନଙ୍କୁ ହୃଦୟ ରୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

four × 4 =