ଢେଙ୍କାନାଳ ସହର ସ୍ଥିତ ଲେଖକ ସଂସଦ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳର ଅଧିଷ୍ଠାନ ଦିବସ । ଏଥିରେ ମୁଖ୍ୟ ଅତିଥି ଭାବରେ ଇନର ହୁଇଲ ର ବିଗତ ଦିନର ଚେୟାର ମ୍ୟାନ ଶ୍ରୀମତୀ ଇନା ପୁରୋହିତ୍ ଯୋଗ ଦେଇ ସାମାଜିକ ସ୍ତର ରେ ପୁରୁଷ ଯଦି ବାହ୍ୟ ଚକ୍ର ବୋଲି ବିବେଚିତ ହୁଏ, ତେବେ ନାରୀ ହେଉଛି ଅନ୍ତଃ ଚକ୍ର।
ଯଦି ଉଭୟ ଚକ୍ର ର ସମନ୍ଵୟ ରହେ,ତେବେ ସମାଜ ଗତିଶୀଳ ହୁଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ର ଇନର ହୁଇଲ ର ଡିଷ୍ଟ୍ରିକ ୩୨୬ ର କାର୍ଯ୍ୟରତ ସେକ୍ରେଟାରୀ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଯୋଗ ଦେଇ , ବର୍ଷ ୨୦୨୨/୨୩ ପାଇଁ ସମସ୍ତକାର୍ଯ୍ୟ ବିଷୟରେ ସଭ୍ୟ ମାନଙ୍କୁ ବୁଝାଇ ଥିଲେ।
ଏହି ଅବସର ରେ ନୂତନ ସଭାପତି ଭାବରେ ଶ୍ରୀମତୀ ଦୀପ୍ତି ବାଲା ମିଶ୍ର ଙ୍କୁ ଓ ନୂତନ ସେକ୍ରେଟାରୀ ଭାବରେ ଶ୍ରୀମତୀ ବିଶ୍ଵଭାରତୀ ରଥ ଦାଇତ୍ୱ ଗ୍ରହଣ କରିଥିଲେ। ବିଗତ ବର୍ଷ ର ସଭାପତି ଶ୍ରୀମତୀ ପ୍ରିୟତମା ମିଶ୍ର ଓ ସେକ୍ରେଟାରୀ ମନୋଜ ମଞ୍ଜରୀ ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କ ଦ୍ଵାରା say no to plastics ପ୍ରୋଜେକ୍ଟ ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ଜଣେ ମେଧାବୀ ଛାତ୍ରୀ ବିଜୟଲକ୍ଷ୍ମୀ ବିଶ୍ଵାଳ ଙ୍କୁ ଆଗକୁ ପାଠ ପଢ଼ିବା ପାଇଁ ଅର୍ଥ ରାଶି ସହାୟାତା ଦିଆଯାଇ ଥିଲା।
ଅନୁଷ୍ଠାନ ର ଏଡ଼ିଟର ଶ୍ରୀମତୀ ପୁଷ୍ପା ରାଣୀ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଶ୍ରୀମତୀ ତିଳୋତ୍ତମା ଚୌଧୁରୀ, ସ୍ବପ୍ନ ଅଚାର୍ଯ୍ୟ ମାନପତ୍ର ପାଠ କରିଥିଲେ। ଶ୍ରୀମତୀ ବିଶ୍ଵଭାରତୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ