Sunday, 05/May/2024 12:04
Mo Dhenkanal
ଢେଙ୍କାନାଳ ଖବର

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

ଆସନ୍ତା ମେ ମାସ ୨୫ ତାରିଖ ଦିନ ଢେଙ୍କାନାଳ ଲୋକସଭା ଏବଂ ୪ ବିଧାନ ସଭା ଆସନ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ସାଧାରଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧୂ ମାନଙ୍କ ସହିତ ଏକ ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ନାମାଙ୍କନ ଦାଖଲ ସମୟରେ ଆଚରଣ ବିଧି ଅନୁପାଳନ କରିବା ସହିତ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ (ହୃଦ୍ ଘାତ) ପ୍ରତି ସଜାଗ ହୋଇ ଡି.ଜେ. ସାଉଣ୍ଡ ବ୍ୟବହାର ସମୟରେ ଭାଇବ୍ରେଟର ତୀବ୍ରତା ପ୍ରତି ଦ୍ରୁଷ୍ଟି ଦେବାକୁ ସମସ୍ତ ପ୍ରତିନିଧୁମାନଙ୍କୁ ଅନୁରୋଧ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଆବଶ୍ୟକ ହେଲେ ନାମାଙ୍କନ ପୂର୍ବରୁ ରିଟର୍ନିଙ୍ଗ ଅଫିସର ମାନଙ୍କ ସହିତ ଯୋଗାଯୋଗ କରି ସମସ୍ତ ସଠିକ ତଥ୍ୟ ସହିତ ଆବେଦନ କରିବାକୁ କହିଥିଲେ । ଜିଲ୍ଲାରେ ଯେପରି ଅଧିକ ରୁ ଅଧିକ ମତଦାନ ହୋଇପାରିବ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ଏବଂ ଏଥିରେ ସମସ୍ତେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Picsart_22-04-11_10-18-21-175

ନୋଡାଲ ଅଫିସର ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବିଭିନ୍ନ ରାଜନୈତିକ ଦଳମାନଙ୍କର କିଭଳି ନିର୍ବାଚନ ପ୍ରଚାର ଖର୍ଚ୍ଚ ଆକଳନ କରାଯିବ, ସଭା ଆୟୋଜନ ଏବଂ ପ୍ରଚାର ନିମନ୍ତେ ଅନୁମତି ଗ୍ରହଣ ବ୍ୟବସ୍ଥା, ନିର୍ବାଚନ ଖର୍ଚ୍ଚ ତଦାରଖ କମିଟି ଏବଂ ଏମ.ସି.ଏମ.ସି. ର କାର୍ଯ୍ୟ କାରିତା ସମ୍ପର୍କ ରେ ବୁଝାଇ କହିଥିଲେ ।

ଆସନ୍ତା ମେ ମାସ ୬ ତାରିଖ ଦିନ ନାମାଙ୍କନ ଦାଖଲ ଶେଷ ତାରିଖ ଥିବାରୁ, ଆର.ଓ. ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନୀତା ପାତ୍ର ( ରାଜସ୍ଵ ) ଆଶାୟୀ ପ୍ରାର୍ଥୀ ମାନେ କିଭଳି ଆବେଦନ କରିବେ, ସେ ସମ୍ପର୍କ ରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ ), ସମସ୍ତ ଆର.ଓ. ତଥା ଉପଜିଲ୍ଲାପାଳ ଏବଂ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

ବିଜେଡିରେ ଯୋଗଦେଲେ ଯୁବ ଉଦ୍ୟୋଗୀ ଡକ୍ଟର ଅବିନାଶ ସାମଲ, କାହିଁକି ସାମିଲ ହେଲେ ସକ୍ରିୟ ରାଜନୀତିରେ ଆସନ୍ତୁ ଜାଣିବା !

Mo Dhenkanal

Leave a Comment

thirteen − 5 =