Sunday, 05/May/2024 03:13
Mo Dhenkanal
ଖବର

ବଜରଙ୍ଗ କ୍ଲବ୍ ପକ୍ଷରୁ ନିଶୁଳ୍କ ଅକ୍ସିଜେନ୍ ସେବା ନିମନ୍ତେ କର୍ମଶାଳା

ଢେଙ୍କାନାଳ, ୧୨.୧୦.୨୦୨୦- ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ନିଃଶୁଳ୍କ ଅକ୍ସିଜେନ୍ ସିଲିଣ୍ଡର ସେବା ଆରମ୍ଭ ହେବାକୁ ଯାଉଛି ।

FB_IMG_1686103726896
Picsart_22-04-11_10-18-21-175

ଏହାକୁ ଆଖିଆଗରେ ରଖି କ୍ଲବ୍ ତରଫରୁ ଅନୁମତି ପାଇଁ ଆବେଦନ କରାଯାଇଥିବା ଦରଖାସ୍ତକୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଚିକିତ୍ସାଳୟର ତତ୍ବାବଧାନରେ ଜିଲ୍ଲା ଚିକିତ୍ସାଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

IMG-20230205-WA0003
Picsart_22-04-11_10-18-21-175

କରୋନାରେ ପୀଡିତ ତଥା ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀଙ୍କୁ ଏହି ସେବା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ କର୍ମଶାଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କ୍ଲବର ୧୫ଜଣ ସଦସ୍ୟଙ୍କୁ ନେଇ ଗଢାଯାଇଥିବା ଏକ ଟିମ୍ ତାଲିମ୍ ପ୍ରାପ୍ତ ହୋଇଛନ୍ତି ।

Picsart_22-04-11_10-18-21-175

ସେମାନଙ୍କୁ ଜିଲ୍ଲା କୋଭିଡ୍ ପରିଚାଳନାର ମୁଖ୍ୟ ଡାକ୍ତର ସତ୍ୟ ନାରାୟଣ ମହାପାତ୍ର, ଆନାସ୍ଥେସିଆ ବିଭାଗର ଡାକ୍ତର ଆପୋଲୋ ଦାସ ଶରୀରରେ ଅକ୍ସିଜେନ୍ ଲେଭଲର ଆବଶ୍ୟକତା, ଅକ୍ସିଜେନ୍‌ ସିଲିଣ୍ଡରର ପରିଚାଳନା ଏବଂ ରୋଗୀଙ୍କୁ ଅକ୍ସିଜେନ୍‌ ଲଗାଇବାର ପ୍ରକ୍ରିୟା ଉପରେ ଏବଂ ଘରୋଇ ସଂଗରୋଧରେ ଥିବା କୋଭିଡ୍ ପଜିଟିଭ ରୋଗୀମାନଙ୍କୁ କିଭଳି ଭାବେ ପିପିଇ କିଟ୍ ପିନ୍ଧି କିପରି ଭାବେ ପରିଚାଳନା କରାଯିବ ସେ ବିଷୟରେ ମଧ୍ୟ ତାଲିମ୍ ଦେଇଥିଲେ । ଏହାଦ୍ବାରା ବହୁ ଅମୂଲ୍ୟ ଜୀବନ ବଂଚାଯାଇପାରିବ ଏବଂ ଏହା ଏକ ମହତ୍ କାର୍ଯ୍ୟ ବୋଲି ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିପିଏଓ ଜ୍ୟୋତି ମହାପାତ୍ର ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଅମରେନ୍ଦ୍ର ସାମଲ, ସଭ୍ୟ ରୋଜେଶ୍ ପରିଡା, ମଳୟ କୁମାର ବିନ୍ଧାଣୀ, ପି. ଅଂଜନେୟ, ସଞ୍ଜୟ ବେହେରା, ବିଶ୍ୱଜିତ୍ ବେହେରା, ଜ୍ୟୋତିପ୍ରକାଶ ବେହେରା, ବ୍ରହ୍ମାନନ୍ଦ ପଣ୍ଡା, ଶ୍ରୀବତ୍ସ ବେହେରା, ଜ୍ୟୋତିରଞ୍ଜନ ସେଠୀ, ସନ୍ଦିପ୍ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ଦାଇତ୍ୱ ନେଲେ ସୀତାଶୁଂ ଶେଖର ଦାଶ

Mo Dhenkanal

ଢେଙ୍କାନାଳରୁ ୪ ଜଣ ଦାନ କଲେ ପ୍ଲାଜମା

Mo Dhenkanal

କରୋନା ତାଡନାରେ କ୍ୟାଟେରିଙ୍ଗ୍ ସର୍ଭିସର କର୍ମୀ ହରାଇଲେ ଜୀବିକା

Mo Dhenkanal

Leave a Comment

thirteen + eleven =