ଢେଙ୍କାନାଳରୁ ୪ ଜଣ
କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କଲେ ପ୍ଲାଜମା ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେଣୁ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଛନ୍ତି କୋଭିଡ଼ ଯୋଦ୍ଧା । କଟକ ଏସସିବି ମେଡ଼ିକାଲରେ ପ୍ଲାଜମା ଦାନ କରିଛନ୍ତି ୪କୋଭିଡ଼ ଯୋଦ୍ଧା ।
୪ ସପ୍ତାହ ପୂର୍ବରୁ ସୁସ୍ଥ ହୋଇ ଫେରିଥିବା ୪ ପ୍ଲାଜମା ଦାତା ଆଜି ଏସ୍. ସି.ବି. ମେଡିକାଲ ଠାରେ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଛନ୍ତି । ଏହି ସଂଗୃହିତ ପ୍ଲାଜମାରେ ପ୍ଲାଜମା ଥେରାପି କରାଯାଇ କରୋନା ରୋଗୀଙ୍କୁ ସୁସ୍ଥ କରାଯାଉଛି, ତେଣୁ ଆଜି ଏହି ମହାନ କାର୍ଯ୍ୟ ନିମନ୍ତେ ଢେଙ୍କାନାଳରୁ ୪ ଜଣ ଦାନ କଲେ ପ୍ଲାଜମା ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ମୋ ଢେଙ୍କାନାଳ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ।
ରିପୋର୍ଟ – ବିଜ୍ଞାନ ମହାନ୍ତି