ବରିଷ୍ଠ ସାମ୍ବାଦିକ ଶଶୀମୌଳି ରଥଙ୍କ ବଗିଚାରେ ୭ ଟି ବ୍ରହ୍ମ କମଳ ।
କଥାରେ ଅଛି ଯଦି ଭଗବାନ ବ୍ରହ୍ମାଙ୍କ ଦର୍ଶନ ହୋଇ ନାହିଁ ତେବେ ବ୍ରହ୍ମକମଳ ଦର୍ଶନ କରନ୍ତୁ । ଏହି ଦୁର୍ଲଭ ପୁଷ୍ପ ବ୍ରହ୍ମକମଳର ଦର୍ଶନ ମାତ୍ରେ ମଣିଷର ସମସ୍ତ ମନୋକାମାନ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କୁହାଯାଏ ଏହ ଦୁର୍ଲଭ ପୁଷ୍ପ ବ୍ରହ୍ମକମଳରେ ବାସ କରନ୍ତି ସ୍ବୟଂ ବ୍ରହ୍ମା । ତେଣୁ ଏହି ପୁଷ୍ପର ରହିଛି ସ୍ବତନ୍ତ୍ର ପରିଚୟ ।
ଢେଙ୍କାନାଳ ଶାସନ ସ୍ଥିତ ବରିଷ୍ଠ ସାମ୍ବାଦିକ ଶଷିମୌଳି ରଥଙ୍କ ଘର ବଗିଚାରେ ୭ମଥର ପାଇଁ ୭ଟି ବ୍ରହ୍ମ କମଳ ଫୁଲ ଫୁଟି ଅଛି। ଫୁଲ ଗୁଡ଼ିକୁ ପରିବାର ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ଘରର ଇଷ୍ଟଦେବୀ ମା ଭୁବନେଶରୀଙ୍କୁ ଅର୍ପଣ କରି ଆଶିଷ ଲାଭ କରିଛନ୍ତି ।
ରିପୋର୍ଟ- ବିଜ୍ଞାନ ମହାନ୍ତି