Sunday, 05/May/2024 04:29
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ୍

ପୁଣି ବିଶ୍ବ ଦରବାରରେ ଆଉ ଏକ ପରିଚୟ ସୃଷ୍ଟି ହେଲା ! ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ। ଢେଙ୍କାନାଳର ଏହି ପ୍ରସିଦ୍ଧ ମିଠା ଏବେ ସମଗ୍ର ବିଶ୍ବରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ । ଯାହା ଓଡିଶାବାସୀଙ୍କ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମଗଜି ଲଡୁ ଖାଇବାକୁ ଭାରି ସୁଆଦିଆ । ପାଟିରେ ପକାଉ ପକାଉ କେଉଁ ଆଡେ କ୍ଷଣିକ ମଧ୍ୟରେ ମିଳେଇ ଯାଏ, ତାହା ଜଣା ପଡେନି । ତେବେ, ଏହି ମିଠା ପଛରେ ରହିଛି ୬୦୦ ବର୍ଷର କାହାଣୀ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ଷଡ଼ଙ୍ଗୀ, ବିଧାରପୁର, ଦେଓଗାଁ ଆଦି ସ୍ଥାନର ମିଠା କାରିଗର ଆରମ୍ଭ କରିଥିଲେ ମଗଜି ଲଡୁ । ଏହି ମଗଜି ଲଡୁ ସାଧାରଣତଃ ମଇଁଷି ଖିରରୁ ହେଉଥିବା ଛେନାରୁ ତିଆରି କରାଯାଏ। ଏଥିପାଇଁ ଛେନା ଦୁଇ ଭାଗକୁ ଚିନି ଏକଭାଗ ଏବଂ ଏହାସହିତ ଗୁଜୁରାତି ଆବଶ୍ୟକ ହୋଇଥାଏ ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଜିଲ୍ଲାକୁ ଏହି ଗୌରବ ଆଣି ଦେଇଥିବା ବରିଷ୍ଠ କୃଷି ବୈଜ୍ଞାନିକ ଡ଼. ବିମଳେନ୍ଦୁ ମହାନ୍ତି ଓ ତାଙ୍କ ଟିମ, ଜିଲ୍ଲାର ଜିଲ୍ଲା ଗନ୍ଦିଆ ବ୍ଲକର ଷଡ଼ଙ୍ଗୀ, ବିଧାରପୁର, ଦେଓଗାଁ ଆଦି ସ୍ଥାନର ମିଠା କାରିଗର, ଜିଲ୍ଲା ସୁଇଟ ଟ୍ରେଦର୍ସ ଆସୋସିଏସନର କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନ ଓ ଜନ ସାଧାରଣଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ ଢେଙ୍କାନାଳ ବାସୀ କରିବା ସହ ସମସ୍ତଙ୍କ ମନରେ ଆନନ୍ଦ ଲହରୀ ଖେଳିଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ସୌମ୍ୟବ୍ରତ ସାହୁ, ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

four + five =