Sunday, 05/May/2024 02:16
Mo Dhenkanal
ଢେଙ୍କାନାଳ ଖବର

ଉଦୟନାଥ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ !

ଢେଙ୍କାନାଳ ୧୩/୧: ଢେ଼ଙ୍କାନାଳ ସଦର ବ୍ଲକ ଅଧିନ ରେ ଥିବା ଉଦୟନାଥ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ଓ ଅବସର ପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଆଲୁମିନି ସଭାପତି ବିଭୂତି ଭୂଷଣ ବିଶ୍ଵାଳ ଏହାକୁ ଉଦଘାଟନ କରିଥିଲେ।

FB_IMG_1686103726896
Picsart_22-04-11_10-18-21-175

କ୍ରୀଡା ଶିକ୍ଷକ ପୁରୁଷତ୍ତମ ମହାନ୍ତ ଓ ଆର୍ୟ ରତ୍ନ ଦେବାୟନ ପଟ୍ଟନାୟକ କ୍ରୀଡ଼ା ପରିଚାଳନା କରିଥିବା ବେଳେ ଶିକ୍ଷକ ଅଭୟ କୁମାର ଦେହୁରୀ, ଅଶୋକ କୁମାର ରାଉତ, ସୁରେଶ ଚନ୍ଦ୍ର ନାୟକ, ଝୁନୁବାଳା ବେହେରା, ଲିଜା ବେହେରା, ଯାଜ୍ଞସେନି ମହାପାତ୍ର, ଗଙ୍ଗାଧର ଦେହୁରୀ, ପ୍ରଜ୍ଞା ଦାସ, ମୌସୁମୀ ମିଶ୍ର ପ୍ରମୁଖ ସହୋଯୋଗ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବିଦ୍ୟାଳୟ ରେ କାର୍ଯ୍ୟରତ ଭଜମନ ଭୋଇ ଓ ନନ୍ଦିନୀ ଦେହୁରୀ ନିଜର ସେବା ଯୋଗାଇଥିଲେ । ୫୦ ମି, ୧୦୦ ମି, ୨୦୦ ମି ଦୌଡ଼, ଅଖା ଡିଁଆ, କୋନ ବାଲାନ୍ସ , ଧିମା ସାଇକେଲ ଚାଳନା ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନ ଶନିବାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Picsart_22-04-11_10-18-21-175

ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ଅବସପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ କବିବର ଦେହୁରୀ ଯୋଗ ଦେଇଥିଲେ। ବିଭିନ୍ନ ବର୍ଗ ରେ ପ୍ରତିଯୋଗୀତା ରେ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶ୍ରେଷ୍ଠ ଛାତ୍ର ଭାବରେ ସପ୍ତମ ଶ୍ରେଣୀ ର ଜିତ୍ ଜୟପ୍ରକାଶ ନାୟକ ଓ ଶ୍ରେଷ୍ଠ ଛାତ୍ରୀ ଭାବରେ ଦଶମ ଶ୍ରେଣୀ ର ରିତିକା ରତ୍ନ ମଞ୍ଜରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିଚାଳନା ସମିତି ର ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ରହି ସହୋଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

6 + six =