Saturday, 18/May/2024 02:50
Mo Dhenkanal
ଢେଙ୍କାନାଳ ଖବର

ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ନିମନ୍ତେ ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ଉନ୍ମୋଚିତ !

ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୩ ଟ୍ରଫି,

FB_IMG_1686103726896
Picsart_22-04-11_10-18-21-175

ଆସନ୍ତା୧୬ ଓ ୧୭ ତାରିଖ ଦୁଇଦିନ ଧରି ସହରର ବନମାଳୀପ୍ରସାଦ ସ୍ଥିତ ସତ୍ୟମ ଇଣ୍ଟରନେସନାଲ ସ୍କୁଲ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ଯେଉଁଥିରେ ୨୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, କୋଚ୍ ଏବଂ ପରିଚାଳକ ପ୍ରମୁଖ ଭାଗନେବେ, ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଏଭଳି ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଢେଙ୍କାନାଳରେ ଅନୁଷ୍ଠିତ ହେବାକୁ ଯାଉଛି,

IMG-20230205-WA0003
Picsart_22-04-11_10-18-21-175

ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ସତ୍ୟମ ଇଣ୍ଟରନେସନାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଅଛି । ଏହାର ମୂଳ ଲକ୍ଷ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ାଇବା ସହ ଆତ୍ମରକ୍ଷା କୌଶଳକୁ ଅଧିକାରୁ ଅଧିକା ଲୋକାଭିମୁଖୀ କରିବା ।

Picsart_22-04-11_10-18-21-175

ଏହି ଟ୍ରଫି ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ପରିଚାଳନା ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ସତ୍ୟମ ଇଣ୍ଟରନେସନାଲ ସ୍କୁଲର କ୍ରୀଡ଼ା ଶିକ୍ଷକ ସନ୍ତୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଭଳି ଆୟୋଜନ ପାଇଁ ଜିଲ୍ଲାପାଳ ପରିଚାଳନା କମିଟିର ସଦସ୍ୟାସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

five × 1 =