Saturday, 18/May/2024 09:13
Mo Dhenkanal
ଢେଙ୍କାନାଳ ଖବର

ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍

ବ୍ରହ୍ମପୁର: ଗୋପାଳପୁର ହୋଟେଲ ମେ’ ଫେୟାରରେ ବିବାହ ଉତ୍ସବ ବେଳେ କୋଭିଡ୍ କଟକଣା ଉଲ୍ଲଂଘନ ମାମଲାରେ ବର ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି । ଏହାସହତ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ ଏପଟେ ବିବାହ ଉତ୍ସବରେ ନିୟମକୁ ବେଖାତିର କରିଥିବାରୁ ଏ ମାମଲାରେ କଠୋର ହୋଇଛି ଉଭୟ ପୁଲିସ ଓ ପ୍ରଶାସନ। ଗୁରୁବାର ମେ ଫେୟାର ହୋଟେଲରେ ଆୟୋଜିତ ଏକ ବିବାହ ଉତ୍ସବରେ ବହୁ ଲୋକେ ଏକାଠି ହୋଇଥିଲେ।

FB_IMG_1686103726896
Picsart_22-04-11_10-18-21-175

ତେବେ ବର ଶୋଭାଯାତ୍ରା ବେଳେ କେହି ସାମାଜିକ ଦୂରତା ନିୟମ ପାଳନ କରିନଥିବାର ଭିଡିଓ ଭାଇରାଲ ହୋଇଥିଲା ସେପଟେ ଏ ଘଟଣା ପରିପ୍ରେକ୍ଷୀରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘର ଆୟୋଜିତ ଗୋପାଳପୁରର ହୋଟେଲ ମେଫେୟାର ସିଲ୍ କରାଯାଇଛି। ହୋଟେଲକୁ ୭ ଦିନ ପାଇଁ ସିଲ୍ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗିରଫ କଲା ଗୋପାଳପୁର ପୁଲିସ। ନିଜେ ବର ସହ ବାପା, ବଡ଼ବାପା ଓ ୨ ଦାଦା ଗିରଫ ହୋଇଛନ୍ତି।

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

16 + 14 =