Saturday, 18/May/2024 07:41
Mo Dhenkanal
ଢେଙ୍କାନାଳ ଖବର

ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ସହରର ଅଇଁଠାପାଲି ଥାନା କରମଟୋଲି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିରେ ଜଣେ ଗୁରୁତର ବି ହୋଇ ବୁର୍ଲା ଭିମସାରରେ ଚକିତ୍ସିତ ହେଉଥିବା ଜଣାଯାଇଛି।

FB_IMG_1686103726896
Picsart_22-04-11_10-18-21-175

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଇଁଠାପାଲି ଥାନା କରମଟୋଲି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଥମେ ଉଭୟ ଗୋଷ୍ଠୀ ମଧ୍ୟରେ ନିଶା କାରବାରକୁ ନେଇ ବଚସା ହୋଇଥିଲା। ପରେ ଏହା ତୀବ୍ର ରୂପ ଧାରଣ କରିଥିଲା। ଏହାପରେ ଏକ ଗୋଷ୍ଠୀର ଆକ୍ରମଣରେ କରମଟୋଲି ଗାଁର ସୋନୁ ଖାଡ଼ିଆ(୨୪) ନାମକ ଜଣେ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିରେ ସେହି ଗାଁର ଉମେଶ ମୁଣ୍ଡା(୨୨) ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ।

IMG-20230205-WA0003
Picsart_22-04-11_10-18-21-175

ଖବର ପାଇ ଅଇଁଠାପାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସୋନୁ ଖାଡ଼ିଆର ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏଣେ ଉମେଶ ମୁଣ୍ଡାକୁ ବୁର୍ଲାର ଭିମସାରରେ ଭର୍ତ୍ତି କରିଥିବା ଜଣାଯାଇଛି। ଉମେଶ ମୁଣ୍ଡାର ବୟାନ୍ ଆଧାରରେ ପୁଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

15 − 6 =