Wednesday, 18/September/2024 06:52
Mo Dhenkanal
ଢେଙ୍କାନାଳ ଖବର

କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପିଏମ କିଷାନ ସମ୍ବିଳନୀ ।

ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ହସ୍ତାନ୍ତରଣ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ, ମହିଷାପାଟ ପ୍ରାଙ୍ଗଣରେ 27.07.2023 ରିଖ ଦିନ ପିଏମ କିଷାନ ସମ୍ମାନ ସମ୍ମେଳନ ର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର 50 ରୁ ଉର୍ଦ୍ଧ ଚାଷୀ ଭାଇ ଓ ଭଉଣୀ ଯୋଗ ଦେଇଥିଲେ |

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ଦେଶ ର 8.5 କୋଟି ଚାଷୀ ଙ୍କୁ ହସ୍ତାନ୍ତରଣ କରି ଥିଲେ ଓ ଚାଷୀ ଙ୍କୁ ସଲଫର କୋଟେଡ଼ ୟୁରିଆ ର ବ୍ୟବହାର, କୃଷକ ଉତ୍ପାଦକ ସଂଗଠନ ମାଧ୍ୟମ ରେ କୃଷି ବ୍ୟବସାୟୀକରଣ କରି ଲାଭାନ୍ବିତ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ | କୃଷି କ୍ଷେତ୍ର ରେ ଅଧିକ ଉନ୍ନତି ଆଣିବା ପାଇଁ ଆନୁସଙ୍ଗିକ କୃଷି ଉପରେ ଧ୍ୟାନ ଦେବା ପାଇଁ ଉଦବୋଧନ ଦେଇ ଥିଲେ| ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ବିମଳେନ୍ଦୁ ମହାନ୍ତି କୃଷି କ୍ଷେତ୍ର ରେ ନାନୋ ୟୁରିଆ ର ବ୍ୟବହାର ଉପରେ ଆଲୋକପାତ କରି ଫସଲ ବିବିଧିକରଣ ଉପରେ ଗୁରୁତ୍ୱାରୋପ କରି ଥିଲେ |

IMG-20230205-WA0003
Picsart_22-04-11_10-18-21-175

ଏହି କେନ୍ଦ୍ରର କ୍ଷେତ୍ର ବୈଜ୍ଞାନିକ ଶ୍ରୀ ଶ୍ରୀକାନ୍ତ କୁମାର ସାହୁ ଧାନ ଚାଷରେ ସାର ପରିଚାଳନା ଉପରେ ବିବରଣୀ ଦେବା ସହିତ ମାଟି ପରୀକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ | ବନ ବିଭାଗର ବୈଜ୍ଞାନିକା ଶ୍ରୀମତୀ ସେଫାଳୀ ରାଉତ କୃଷି ବନୀକରଣ ଓ ଅନ୍ତଃ ଫସଲ ଉପରେ ଗୁରୁତ୍ୱ ଦେଇଥିଲେ | କୃଷି ସମ୍ପ୍ରସାରଣ ବୈଜ୍ଞାନିକା ଡ଼ଃ ରୋଜାଲିନ ମହାନ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ ରୋଜଗାର ପନ୍ଥା ଉପରେ ଆଲୋକପାତ କରି ଥିଲେ |

Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗ ର ବୈଜ୍ଞାନିକ ଡ଼ଃ ଦିବ୍ୟ ସୁନ୍ଦର କର ପରିଚାଳନା କରି ଥିଲେ ଓ ଉନ୍ନତ କିସମ ର ପନିପରିବା ଚାଷ କରିବା ସହିତ ଫଳ ଓ ପନିପରିବା ରୁ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ କରିବା ପାଇଁ ଉଦବୋଧନ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ଯଥା କ୍ଷେତ୍ରପରିଚାଳକ ଶ୍ରୀମତୀ ସ୍ୱର୍ଣ୍ଣସାରିକା ବେହେରା , ଶ୍ରୀ ନିହାର ରଞ୍ଜନ ବରାଳ, ବିରଜା ପ୍ରସାଦ ଜେନା, ସୌମ୍ୟାଶ୍ରୀ ସ୍ବାଇଁ ଓ ଅମ୍ଲାନଜ୍ୟୋତି ଖୁଣ୍ଟିଆ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

three × 5 =