ଢେଙ୍କାନାଳ, 31/7: ସଦର ବ୍ଲକ ଅନ୍ତର୍ଗତ ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ପାଚିକା ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ସାବିତ୍ରୀ ପୃଷ୍ଟି ଙ୍କୁ ଶିକ୍ଷକଶିକ୍ଷୟିତ୍ରୀ ତରଫରୁ ସୋମବାର ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଅଛି।
ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ଆୟୋଜିତ ସଭା ରେ ବିଦ୍ୟାଳୟ ର ପରିଚାଳନା ସମିତି ର ଅଧ୍ୟକ୍ଷ ତଥା ସଭ୍ୟମାନେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଯଥା ଅଭୟ କୁମାର ଦେହୁରୀ,
ଅଶୋକ କୁମାର ରାଉତ , ଗଙ୍ଗାଧର ଦେହୁରୀ, ରାଜଲକ୍ଷ୍ମୀ ପାଲ, ଝୁନୁବାଳା ବେହେରା, ଲିଜା ବେହେରା , ଯାଜ୍ଞସେନି ମହାପାତ୍ର, ମୌସୁମୀ ମିଶ୍ର, ସୁରେଶ ଚନ୍ଦ୍ର ନାୟକ, ସ୍ୱର୍ଣ୍ଣଲତା ସେଠି, ଗଣେଶ୍ୱର ବେହେରା ଆଦି ସମସ୍ତ ଶିକ୍ଷକ ତାଙ୍କର ୨୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସେବା ମନୋବୃତି ଧରି କାର୍ଯ୍ୟ କରିବାର ଗୁଣ କୁ ସମସ୍ତେ ପ୍ରଶଂସା କରିଥିଲେ ଓ ଆଗାମୀ ଜୀବନ ତାଙ୍କର ନିରୋଗମୟ ହେଉ ତଥା ଦୀର୍ଘାୟୁ କାମନା କରିଥିଲେ।
ଏହି ଅବସରରେ ରେ ତାଙ୍କୁ କିଛି ଉପହାର ପ୍ରଦାନ କରା ଯାଇଥିଲା। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ର ଫାଟକ ପର୍ଯ୍ୟନ୍ତ ବିଦ୍ୟାୟ ଦେବା ପାଇଁ ଉପସ୍ଥିତ ରହି ଥିଲେ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ