Wednesday, 25/September/2024 10:43
Mo Dhenkanal
ଢେଙ୍କାନାଳ ଖବର

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ନିଷ୍ଠାର ସହିତ ଶିକ୍ଷାଦାନ କରି ଆଦର୍ଶ ଛାତ୍ରସମାଜ ଗଠନ କରିବାକୁ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ଅଧିକ ମେଧାବୀ ଛାତ୍ର ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନା ଗୁଡିକ ଅନ୍ୟ ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଶିକ୍ଷିତ ହାର ବୃଦ୍ଧି ଘଟିବା ସହିତ ଶିକ୍ଷାକ୍ଷେତ୍ରରେ ପ୍ରକୃତ ବିକାଶ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ପେନସନ ଦେୟ, ଅମୀମାଂଶିତ କେସ ଓ ପୁନଃ ଥଇଥାନ ଆଦି ସମ୍ପର୍କରେ ଆଲୋଚନା କରି ଶିକ୍ଷକମାନଙ୍କର ସମସ୍ତ ଅସୁବିଧାକୁ ଯଥାଶୀଘ୍ର ଦୂର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ଶିକ୍ଷାଦାନରେ ଉନ୍ନତି ଆଣିବା ନିମନ୍ତେ ନିୟମିତ ଭାବେ ବର୍ଷକୁ ୪ ଥର ଅଭିଭାବକ-ଶିକ୍ଷକ ସମନ୍ଵ ବୈଠକ ଡକାଇ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି ।

Picsart_22-04-11_10-18-21-175

ପ୍ରତିମାସରେ ୧୨ ଦିନ ସମ୍ପୃକ୍ତ ଶିକ୍ଷା ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ଯେପରି ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଏ + ଗ୍ରେଡରେ ପାସ କରିପାରିବେ ସେଥ୍ୟପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସେ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଶିକ୍ଷକ ଓ ଅନ୍ୟାନ୍ୟ ପଦବୀ ପୂରଣ କରାଯିବ। ମାଟ୍ରିକ ପରୀକ୍ଷାରେ ସମସ୍ତ ବିଷୟର ଫଳାଫଳକୁ ବିଶ୍ଳେଷଣ କରାଯିବ ଓ ଫଳାଫଳ ନିମନ୍ତେ ସମ୍ପୃକ୍ତ ବିଷୟର ଶିକ୍ଷକ ଦାୟୀ ରହିବେ । ଏଣୁ ସମସ୍ତେ ନିଷ୍ଠାର ସହିତ ଶିକ୍ଷାଦାନ କରି ପିଲାମାନଙ୍କ ମଧ୍ୟରେ ନୈତିକତା ବୃଦ୍ଧି ଓ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଯନୂବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ସମ୍ମିଳନୀରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ଶିକ୍ଷାର ମୂଳଦୁଆକୁ ସୁଦୃଢ କରିବାକୁ ସମସ୍ତ ଶିକ୍ଷା ଅଧିକାରୀ ଓ ଶିକ୍ଷକ, ଶିକ୍ଷୟତ୍ରୀମାନେ ହୃଦୟର ସହିତ କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି । ଶିକ୍ଷକମାନେ ସୃଜନଶୀଳ ହୋଇ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଇ ଆଦର୍ଶ ଛାତ୍ରସମାଜ ଗଠନ କରିବାକୁ ଅତିଥ୍ ମାନେ ଆହ୍ବାନ ଦେଇଛନ୍ତି ।

ଶିକ୍ଷାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନାଗୁଡିକ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ବାକ୍ଷରତା ହାର ବୃଦ୍ଧି କରାଯାଇ ଢେଙ୍କାନାଳ ଜିଲ୍ଲାକୁ “ଏଜୁକେସନ ହବ୍” ଭାବେ ପରିଣତ କରାଯିବା ପାଇଁ ଗ୍ରହଣ କରାଯାଉଥିବା ସମସ୍ତ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ସ୍ବାଗତ ଭାଷଣ ଦେବା ସହିତ ଜିଲ୍ଲାରେ ହେଉଥିବା ସମସ୍ତ ଶିକ୍ଷ୍ୟାଭିତ୍ତିକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାରମ୍ଭରେ ସୁଲକ୍ଷଣା ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବି.ଇ.ଓ. ଏ.ବି.ଇ.ଓ., ବି.ଆର.ସି.ସି, ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ୟାକାରୀ ଶ୍ରୀମତୀ ସସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

three − three =