Monday, 07/October/2024 10:16
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀକୁ ସ୍ବତନ୍ତ୍ର ପରିଚୟ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରୟାସ !

ଢେଙ୍କାନାଳ ଜିଲ୍ଲାର ସରାଗ ପାଟଣା, ଚନ୍ଦ୍ରଶେଖର ପ୍ରସାଦ, ରଥପଦା, ଗିରିଗୋବର୍ଦ୍ଧନ (ଖାଲପାଳ) ଆଦି ଗ୍ରାମରେ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଶାଢୀ ଯଥା କାରଗିଲ, କମ୍ପ୍ୟୁଟର ନାମକ ଆଦି ଶାଢୀକୁ ପ୍ରୋତ୍ସାହିତ କରି ସ୍ବତନ୍ତ୍ର ପରିଚୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି ।

FB_IMG_1686103726896
Picsart_22-04-11_10-18-21-175

ଆଜି ବୁଣାକାରମାନଙ୍କ ସହିତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଆଲୋଚନା କରି ସେମାନଙ୍କର ଅଭାବ ଅସୁବିଧା ସମ୍ପର୍କରେ ବୁଝିଥିଲେ । ସ୍ଥାନୀୟ ବଜାରରେ ସେମାନଙ୍କର ଦ୍ବାରା ପ୍ରସ୍ତୁତି ଶାଢୀ, ବେଡ ସିଟ ଏବଂ ସାର୍ଟ କପଡା ଆଦିର ବିକ୍ରୟ ନିମନ୍ତେ ସମସ୍ତ ଲୁଗା ଦୋକାନ ଏବଂ ଚାମ୍ବର ଅଫ କମର୍ଷକୁ ଅନୁରୋଧ କରାଯିବ । ସମସ୍ତ ସରକାରୀ କର୍ମଚାରୀ ଏହି ଶାଢୀକୁ କ୍ରୟ କରିବାକୁ ଜିଲ୍ଲାପାଳ କହିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ବୁଣାକାରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସୋନପୁରର ଦକ୍ଷ ବୁଣାକାର ଦ୍ବାରା ଢେଙ୍କାନାଳର ବୁଣାକାର ମାନଙ୍କୁ ସଦେଇବେରେଣୀ କଳାକୃତି ଗ୍ରାମଠାରେ ଅଧ୍ବକ ପ୍ରଶିକ୍ଷଣ ଦିଆଯାଇ, ଶାଢୀର ଡିଜାଇନ ଏବଂ ଗୁଣବତ୍ତା ପ୍ରତି ଅଧ୍ବକ ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ବୁଣାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ବିକ୍ରୟ ନିମନ୍ତେ ସଦେଇ ବେରେଣୀ ଠାରେ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Picsart_22-04-11_10-18-21-175

ଆଗାମୀ ଦିନରେ ଅନ ଲାଇନ ମାଧ୍ୟମରେ ମଧ୍ୟ ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ବିକ୍ରୟର ବ୍ୟବସ୍ଥା କରାଯିବ । ଢେଙ୍କାନାଳ ଜିଲ୍ଲାରେ ପ୍ରସ୍ତୁତ ଶାଢୀକୁ ଅଧିକ ପ୍ରଚାର ପ୍ରସାର କରାଇ ଦେଶ ବିଦେଶରେ ଏହାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

nineteen − 16 =