Sunday, 15/September/2024 03:56
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ୧୧୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ଢେଙ୍କାନାଳ ସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଂଗ୍ରାମ କେଶରୀ ବେହେରା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଗ୍ରାହକ ମାନଙ୍କୁ ଉନ୍ନତି ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ଶପଥ ପାଠ କରାଇଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଷ୍ଟେସନ ରୋଡ଼ରେ ଥିବା ରାମଦେବ ରାମଜୀ ବିଦ୍ୟାଳୟରେ ବ୍ୟାଙ୍କ କର୍ମଚାରୀ ଏବଂ ସ୍କୁଲ ଶିକ୍ଷକମାନଙ୍କର ମିଳିତ ତତ୍ୱବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଇ ପୁରସ୍କାର ବିତରଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଏହି ଉତ୍ସବରେ ବ୍ୟାଙ୍କର ପରିଚାଳିକା ପ୍ରିୟଙ୍କା ପଟ୍ଟନାୟକ ବ୍ୟାଙ୍କିଙ୍ଗ୍ ସେବା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରାଇଥିଲେ । ଅପରାହ୍ନରେ ଢେଙ୍କାନାଳରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ଶାଖା ତଥା କୁଞ୍ଜକାନ୍ତ ଶାଖାର ମିଳିତ ଉଦ୍ୟମରେ ଗୋବିନ୍ଦପୁର ସ୍ଥିତ ଜୀବନଜ୍ୟୋତି ଅନଗ୍ରସର ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ କରାଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ଉତ୍ସାହ ବଢ଼ାଇବାର ପ୍ରୟାସ କରିବା ସହିତ ବିଦ୍ୟାଳୟକୁ ୫ ଗୋଟି ଫ୍ୟାନ ସହାୟତା ପ୍ରଦାନ କରିଥିଲେ ।

Picsart_22-04-11_10-18-21-175

ଏଥି ସହିତ ମୁଖ୍ୟ ପରିଚାଳକ ସଂଗ୍ରାମ କେଶରୀ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଏବଂ ବରିଷ୍ଠ ପରିଚାଳକ ସନ୍ଦୀପ କୁମାର ମହାରଣା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ବ୍ୟାଙ୍କିଙ୍ଗ୍ ସେବା ଓ ବୃତ୍ତି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

9 + two =