Sunday, 15/September/2024 03:47
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ୬ ଅଗଷ୍ଟ ୨୦୨୪ରେ ରୋଟାରୀ ଇଣ୍ଟରନ୍ୟାସନାଲ, ଢେଙ୍କାନାଳ ଅଧ୍ୟାୟ, ଇନର ହୁଇଲ କ୍ଲବ, ଏନଜିଓ ଉତ୍ଥାନ ଏବଂ ଐକ୍ୟତା ସହଯୋଗୀତାରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜ ଅଡିଟୋରିୟମରେ ଆୟୋଜିତ ହୋଇଯାଇଛି।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରର ହିତାଧିକାରୀ, ଅଙ୍ଗନୱାଡି ସୁପରଭାଇଜର ଏବଂ କଲେଜର ଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୃହ ବିଜ୍ଞାନ ବିଭାଗର ମୁଖ୍ୟା ସୁଶ୍ରୀ ବିଜୟିତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ଅଧ୍ୟକ୍ଷା ଡକ୍ଟର ସାକୁନ୍ତଳା ଜେନା ଏହି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ଥିଲେ ଏବଂ ନିଜର ବକ୍ତବ୍ଯରେ କିଶୋରୀ ଛାତ୍ରୀ ଯେଉଁମାନେ ଭବିଷ୍ୟତର ମାତା ସେହିମାନଙ୍କ ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ଏବଂ ଗୁରୁତ୍ୱକୁ ଆଲୋକିତ କରିଥିଲେ। ଡାକ୍ତର ସସ୍ମିତା ପାତ୍ର, ବରିଷ୍ଠ ଶିଶୁ ଚିକିତ୍ସକ, ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନା ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ସ୍ତନ୍ୟପାନର ଲାଭ କ’ଣ, ଶିଶୁ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ, ସ୍ତନ୍ୟପାନର ସଠିକ୍ ସ୍ଥିତି କ’ଣ ଆଦି କଥା ସେ ଅତି ସହଜ ଏବଂ ସରଳ ଉପାୟରେ ବ୍ୟାଖ୍ୟା କରିଥିଲେ |

Picsart_22-04-11_10-18-21-175

ଶ୍ରୀମତୀ ଭାରତୀ ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରୀ, ଢେଙ୍କାନାଳ ସ୍ତନ୍ୟପାନର ମହତ୍ତ୍ବ, ସ୍ତନ୍ୟଦାତ୍ରୀ ମା’ମାନଙ୍କ ପାଇଁ ଉପଲବ୍ଧ ସହାୟତା ପ୍ରଣାଳୀ ଏବଂ ଅଂଶଗ୍ରହଣକାରୀମାନେ କିପରି ସେମାନଙ୍କର ପାଖପଡିଶାଙ୍କୁ ପ୍ରାପ୍ତ ଜ୍ଞାନ ସହିତ ସଶକ୍ତିକରଣ କରିପାରିବେ ସେ ସମ୍ବନ୍ଧରେ ଅନ୍ତର୍ନିହିତ ତଥା ସୂଚନାପୂର୍ଣ୍ଣ ଆଲୋଚନା କରିଥିଲେ। ।

ସ୍ତନ୍ୟପାନର ପ୍ରୋତ୍ସାହନ ପାଇଁ ସରକାରୀ ପଦକ୍ଷେପ ଏବଂ ଚଳିତ ବର୍ଷର ବିଷୟବସ୍ତୁ ‘closing the gap’ ଏବଂ ଏହାକୁ କିପରି ହାସଲ କରାଯିବ ସେ ନେଇ ଢେଙ୍କାନାଳର ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ମିତା ଶର୍ମା ଏକ ଆକର୍ଷଣୀୟ ଆଲୋଚନା କରିଥିଲେ।
ଆମନ୍ତ୍ରିତ ଅତିଥି ରୋଟାରିଆନ ହରେକୃଷ୍ଣ କର- ସଭାପତି ରୋଟାରୀ ଇଣ୍ଟରନ୍ୟାସନାଲ୍, ଢେଙ୍କାନାଳ ଅଧ୍ୟାୟ, ମମତା ବିଶ୍ୱାଳ ପୁହାନ୍- ଇନର ହୁଇଲ କ୍ଲବ ସଭାପତି, ଡକ୍ଟର ନିରଂଜନ ଦାଶ- present ଏନଜିଓ ଉତ୍ଥାନ ଏବଂ ଡକ୍ଟର I. ସୁବ୍ରମଣ୍ୟମ୍, ପ୍ରତିଷ୍ଠାତା ତଥା president ଏନଜିଓ IKYATA ସେମାନଙ୍କ ବକ୍ତବ୍ଯରେ ମହିଳାମାନଙ୍କୁ ସ୍ତନ୍ୟପାନର ଆବଶ୍ୟକତା, ଉପକାରିତା ସମ୍ବନ୍ଧରେ ଜ୍ଞାନ ଏବଂ ସାଧନ ସହିତ ସଶକ୍ତି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ସ୍ତନ୍ୟପାନ କରାଇବା ଦିଗରେ ପରିବାର, ଆତ୍ମିୟ, ସମାଜ, ନିଯୁକ୍ତିଦାତାଙ୍କ ଭୂମିକା ଏବଂ ଏସମସ୍ତର ପ୍ରଭାବ ପିଲାମାନଙ୍କ ପାଇଁ ଦୃଢ, ସୁସ୍ଥ ଭବିଷ୍ୟତକୁ ନେଇଆସିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ|

ଅଧ୍ୟକ୍ଷା ଡ. ସାକୁନ୍ତଳା ଜେନା ସମସ୍ତ ଅତିଥିଙ୍କୁ ସମ୍ବଦ୍ଧିର୍ତ କରିଥିଲେ। ରୋଟାରୀ ଏବଂ ଇନର୍ ହ୍ୱିଲ୍ କ୍ଲବର ସଦସ୍ୟ, କଲେଜର ଅଧ୍ୟାପକ-ଅଧ୍ୟାପିକା, ଆୟୋଜକ କମିଟିର ସଦସ୍ୟ ଏନ. ସ୍ବାତୀ-ଗୃହ ବିଜ୍ଞାନର ଅଧ୍ୟାପିକା, ଅଧ୍ୟାପକ ଜି ଜ୍ୟୋତିରେଖା, ଗୃହ ବିଜ୍ଞାନ ବିଭାଗର Demonstrator ସୁଶ୍ରୀ ମଞ୍ଜୁଶ୍ରୀ ପ୍ରଧାନ, ମହାବିଦ୍ୟାଳୟର କର୍ମଚାରୀ ଏବଂ ମିଡିଆ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଗୃହ ବିଜ୍ଞାନ ବିଭାଗର ମୁଖ୍ଯା ସୁଶ୍ରୀ ବିଜୟିତା ଧନ୍ୟବାଦ ଅର୍ପଣ ସହିତ ସଭା ସମାପ୍ତ କରିଥିଲେ |

ରିପୋର୍ଟ- ସୌମ୍ୟବ୍ରତ ସାହୁ

Related posts

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

Leave a Comment

one × 4 =