Sunday, 15/September/2024 03:48
Mo Dhenkanal
ଢେଙ୍କାନାଳ ଖବର

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

କଟକ/ ଭୁବନେଶ୍ୱର,(ବ୍ୟୁରୋ) : ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏସ୍ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ।

FB_IMG_1686103726896
Picsart_22-04-11_10-18-21-175

କଟକ ବଜ୍ରକବାଟି ରୋଡସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟା ୩୦ରେ ମାଟ୍ରିକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ପରେ ଦିନ ୧୧ଟା ୩୦ରେ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ରେ ଫଳ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ପରୀକ୍ଷା ଫଳ ଜାଣିବା ଲାଗି ରାଜ୍ୟରେ ସାଢ଼େ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ଚାହିଁ ବସିଛନ୍ତି। ସେହିପରି ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଏସ୍) ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷାରେ ରହିଛନ୍ତି। ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀମାନେ ପରୀକ୍ଷା ଫଳକୁ ନେଇ ଆଶାବାଦୀ ରହିଛନ୍ତି। ଚଳିତ ବର୍ଷ ସିବିଏସ୍‌ଇ ପରୀକ୍ଷା ଫଳ ହାର ୯୩.୬% ହୋଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପରିଚାଳିତ ମାଟ୍ରିକ୍‌ର ପାସ୍ ହାର ଏଥର ୯୬%ରୁ ଅଧିକ ହୋଇଥିବାର ବିଶେଷ ସୂତ୍ରରୁ ଜଣାପଡ଼ିଛି।

Picsart_22-04-11_10-18-21-175

ସେହିପରି ଅପରାହ୍ନ ୩ଟାରେ ଏକାସାଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

Leave a Comment

16 − eleven =