Wednesday, 25/September/2024 10:53
Mo Dhenkanal
ଢେଙ୍କାନାଳ ଖବର

ଇଣ୍ଡିଆନ ପଟାସ ଲିମିଟେଡ଼ ଢେଙ୍କାନାଳର ଆଖୁ ପେଡା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ ।

ଇଣ୍ଡିଆନ ପଟାସ ଲିମିଟେଡ଼ ଢେଙ୍କାନାଳର ଶକ୍ତି ସୁଗାର ଲିମିଟେଡ଼ର ସୁଗାର ୟୁନିଟକୁ ଅଧିଗ୍ରହଣ କଲାପରେ ୨୦୨୨-୨୩ ଆଖୁ ବର୍ଷ ପାଇଁ ପ୍ରଥମ ଥର ଆଖୁ ପେଡା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏଥିରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରି ଆଖୁ ପେଡା ଆରମ୍ଭ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଖୁ ଚାଷୀ, ଟ୍ରକ ମାଲିକ,

IMG-20230205-WA0003
Picsart_22-04-11_10-18-21-175

ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତା, ଜିଲ୍ଲାର ସାମ୍ବାଦିକ ଏବଂ ଜିଲ୍ଲାର ମାନ୍ୟଗଣ ବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ, ଏଥିରେ କମ୍ପାନୀ ର ଆଡ଼ଭାଇଜର ଓଡ଼ିଶା ଓପେରଏସନ ଆର୍. ରାମଦୁରାଇ, ୟୁନିଟ ମୁଖ୍ୟ ଦୂର୍ଗା ପ୍ରସାଦ ଦିବେଦୀ, ଆଇପିଏଲ ଓଡିଶା ମୂଖ୍ୟ ସଂଜୀବ ଚଂଦ୍ର ସିନା, ଡେପୁଟି ଜେନେରାଲ ମ୍ୟାନେଜର ଆଖୁ ଶ୍ରୀ ଏନ. କାନନ ରାଜା,

Picsart_22-04-11_10-18-21-175

ଡେପୁଟି ଜେନେରାଲ ମ୍ୟାନେଜର ଯାନ୍ତ୍ରିକ ଶ୍ରୀ ସନ୍ତୋଷ କୁମାର ଦାସ, ଏଜିଏମ ଭବାନୀ ପ୍ରସାଦ ନାଥ, ଡେପୁଟି ମ୍ୟାନେଜର ଆଡ଼ମିନିଷ୍ଟ୍ରେସନ ଜଗମୋହୋନ ସାହୁ, ଆଡ଼ଭାଇଜରଙ୍କ ପିଏ କ୍ଷୀରୋଦ କୁମାର ବେହୁରା ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଏହି ବର୍ଷ ୧୦,୫୦୦ ଏକରରେ ଆଖୁ ଚାଷ ହୋଇ ଦୁଇ ଲକ୍ଷ ଅସି ହଜାର ମେଟ୍ରିକ ଟନ ଆଖୁ ପେଡିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

sixteen − 3 =