Sunday, 15/September/2024 03:54
Mo Dhenkanal
ଢେଙ୍କାନାଳ ଖବର

ଇନର ହୁଇଲ କ୍ଲବ କପିଳାସ ର ଅଧିଷ୍ଠାନ ଦିବସ ପାଳନ ।

ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ର ବାର୍ଷିକ ଅଧିଷ୍ଠାନ ଦିବସ ସ୍ଥାନୀୟ ଲେଖକ ସଂସଦ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନୂତନ ବର୍ଷ ର ସଭାପତି ଭାବରେ ଶ୍ରୀମତୀ ଦୀପ୍ତିବାଲା ମିଶ୍ର, ଉପ ସଭାପତି ଶ୍ରୀମତୀ ବିଶ୍ଵଭାରତୀ ରଥ,ସମ୍ପାଦିକା ଶ୍ରୀମତୀ ପୁଷ୍ପାରାଣୀ ମିଶ୍ର,ସହ ସଂପାଦିକା ଶ୍ରୀମତୀ ତିଳୋତ୍ତମା ଚୌଧୁରୀ,

FB_IMG_1686103726896
Picsart_22-04-11_10-18-21-175

କୋଷାଧ୍ୟକ୍ଷ ଶ୍ରୀମତୀ ଇନ୍ଦିରା ଦେଵତା, ଆଇ ଏ ସୋ ଶ୍ରୀମତୀ ପ୍ରିୟତମା ମିଶ୍ର, ଏବଂ ଏଡ଼ିଟର ଭାବରେ ଶ୍ରୀମତୀ ସ୍ବପ୍ନା ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି।ଏଥିରେ ଇନର ହୁଇଲ ଡିଷ୍ଟ ୩୨୬ ର ଇ ଏସୋ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଏବଂ ପି ଡି ସି ଶ୍ରୀମତୀ ଇନା ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରକୃତ ସେବା ମନୋବୃତି ରଖି କାର୍ଯ୍ୟ କରିଲେ ଲକ୍ଷ୍ୟ ସାଧନ ହୋଇ ପାରିବ ବୋଲି ଉପଦେଶ ଦେଇଥିଲେ।

IMG-20230205-WA0003
Picsart_22-04-11_10-18-21-175

ପୂର୍ବତନ ସଭାପତି ଶ୍ରୀମତୀ ଦୀପ୍ତିବାଲା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ସମ୍ପାଦିକା ଶ୍ରୀମତୀ ବିଶ୍ଵଭାରତୀ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ତରଫରୁ ଛାତ୍ରୀ ସଂଚିତା ସାହୁ ଙ୍କୁ ସ୍କୋଲାର୍ଷିପ ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯାଇଥିଲା। ନୂତନ ସଦସ୍ୟା ଭାବରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ମାନସୀ କରଙ୍କୁ ଅଧିଷ୍ଠାନ କରାଯାଇଥିଲା ଅନୁଷ୍ଠାନ ର କନିଷ୍ଠ ସଦସ୍ୟା ପ୍ରଜ୍ଞା ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ତିଲୋତ୍ତମା ଚୌଧରୀ ଧନ୍ୟବାଦ ଅର୍ପଣ କରିଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

eight + 6 =