Wednesday, 25/September/2024 10:47
Mo Dhenkanal
ଢେଙ୍କାନାଳ ଖବର

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ

ଢେଙ୍କାନାଳ, ୧୯.୧୨.୨୦୨୨- ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖ୍ ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ୨୮ତମ ଆଦର୍ଶ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି । ବଜରଙ୍ଗ କ୍ଲବ୍ ଦ୍ବାରା ଆୟୋଜିତ ଏହି ଶିବିରରେ ମୋଟ୍ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିର ଏଚ୍.ଡି.ଏଫ୍.ସି. ବ୍ୟାଙ୍କ ସହାୟତାରେ କରାଯାଇଥିଲା। ଏହି ଶିବିର ସକାଳ ୮ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା ।

FB_IMG_1686103726896
Picsart_22-04-11_10-18-21-175

ଏହି ଶିବିରକୁ ମୁଖ୍ୟ ଅତିଥ୍‌ ଭାବେ ସାଂସଦ ମହେଶ ସାହୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ୩ନଂ ୱାର୍ଡର ପାରିଷଦ ଅଭିମନ୍ୟୁ ପଣ୍ଡା, ୪ନଂ ୱାର୍ଡର ପାରିଷଦ ଲିପିକା ଦାସ, ୭ନଂ ୱାର୍ଡର ପାରିଷଦ ସସ୍ମିତା ଭଞ୍ଜ, ୧୨ନଂ ୱାର୍ଡର ପାରିଷଦ ଶୁଭଲକ୍ଷ୍ମୀ ସାହୁ, ବିଧାୟକଙ୍କ ପ୍ରତିନିଧ୍ୱ ଅଜୟ ଭଞ୍ଜ ଓ ଢେଙ୍କାନାଳ ଚାମ୍ବର ଅଫ୍ କମର୍ସ ସଭାପତି ରାଜେନ୍ଦ୍ର କୁମାର ହିନ୍ଦୋଚା ପ୍ରମୁଖ ଉପସ୍ଥିତ ଥିଲେ ।

IMG-20230205-WA0003
Picsart_22-04-11_10-18-21-175

ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍‌ର ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାସ୍‌ଲ୍, ବରିଷ୍ଠ ସଭ୍ୟ ସୁବ୍ରତ ଦାସ, ଦେବାଶିଷ ଦାସ, ରତିରଞ୍ଜନ ପଣ୍ଡା, ଶଶି ଭୂଷଣ ପରିଡା, ସିଦ୍ଧାର୍ଥ ପ୍ରୀତମ୍ ମହାନ୍ତି, ସଞ୍ଜିବ ପଣ୍ଡା, ଆଦିତ୍ୟ ନାରାୟଣ ପାଣି, ଦେବାଶିଷ ମିଶ୍ର, ଶଙ୍କଟ ଭଞ୍ଜନ ବେହେରା, ସୌମ୍ୟରଞ୍ଜନ ପାଢୀ, ବିକାଶ ହିନ୍ଦୋଚା, ସଭ୍ୟ ସଞ୍ଜୟ ବେହେରା, ରବିନ୍ଦ୍ର ସୋନି, ପି.ଆଞ୍ଜନେୟ, ରାଜେଶ ବେହେରା, ଦେବାଶିଷ୍ ନାୟକ, ଦେବାଶିଷ ମହାପାତ୍ର, ବିଭୁପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ରାକେଶ ପାତ୍ର, ବଜରଙ୍ଗ କ୍ଲବ୍ ସୂଚନା ଓ ପ୍ରସାରଣ ବିଭାଗର ମୁଖ୍ୟ ପ୍ରବିଣ ସାହୁ, କଙ୍କଡାହାଡ ବଜରଙ୍ଗ କ୍ଲବର ସଭାପତି ଜିତେନ୍ଦ୍ର ବେହେରା, ସଂପାଦକ ବିଶ୍ବଜିତ୍ ବେହେରା, ସଭ୍ୟ ମଳୟ ବିନ୍ଧାଣୀ, ବନମାଳିପ୍ରସାଦ ଶାଖାର ରାକେଶ ରାଉତ, ମଠକରଗୋଳା ଶାଖାର ସମସ୍ତ ସଦସ୍ୟଙ୍କ ସମେତ ବଜରଙ୍ଗ କ୍ଲବ୍‌ର ସମସ୍ତ କନିଷ୍ଠ ସଭ୍ୟ ଜ୍ୟୋତି ପ୍ରକାଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, ପ୍ରୀତମ୍

Picsart_22-04-11_10-18-21-175

ମହାନ୍ତି, ଶୁଭମ୍ ବେହେରା, ଅମର ବେହେରା, ଶୁଭମ୍ ଗୁରୁଙ୍ଗ୍, ବୁବୁଲ୍ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଢେଙ୍କାନାଳ ରକ୍ତଭଣ୍ଡାର ଅଧିକାରୀ ଜୟନାରାୟଣ ପାଢୀ, ଟେକ୍‌ନିସିଆନ୍ ପରମାନନ୍ଦ ପଣ୍ଡା, ରୋହିତ ଦାସ, ବିଜୟ ସେନାପତି, ମାନସ ବେହେରା, ରାଜେନ୍ଦ୍ର କୁମାର ମଲ୍ଲିକ, ଷ୍ଟାଫ୍ ନର୍ସ ବିନୋଦିନୀ ଯୋଗାନିଆ ଓ ମଳତୀଲତା ନାୟକ, ଆଟେଣ୍ଡାଟ୍ ଅଜୟ ସାଇଁ, ତପନ ଜେନା, ବରୁଣ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

3 × one =