Saturday, 18/May/2024 11:23
Mo Dhenkanal
ସ୍ପେସିଆଲ ରିପୋର୍ଟ

ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ।

ଶାନ୍ତିର ସହରରେ ଆଜିଠୁ ଆରମ୍ଭ ଢେଙ୍କାନାଳ ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ତିନୋଟି ପୂଜା ପେଣ୍ଡାଲରେ ଚାନ୍ଦି ମେଢ଼ ସହ ପୂଜା ପାଇବେ ମା ଗଜଲକ୍ଷ୍ମୀ ।

FB_IMG_1686103726896
Picsart_22-04-11_10-18-21-175

କୋଭିଡ୍ କଟକଣା ମଧ୍ୟରେ ୩୮ଟି ପୂଜା ମଣ୍ଡପରେ ମା’ଲକ୍ଷ୍ମୀଙ୍କ ବିରାଜମାନ ହେବେ । ଚଳିତବର୍ଷ କୋଭିଡ କଟକଣା ଯୋଗୁ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ପାଳନ ହେବ। ଆଜି ଠାରୁ ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଥିବା ବେଳେ ମୂର୍ତ୍ତିରେ ଶେଷସ୍ପର୍ଶ ଦେବାକୁ କାରିଗର ଲାଗି ପଡ଼ିଛନ୍ତି । ଏଥିପାଇଁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟା ପରେ ସମସ୍ତ ପୂଜା ମଣ୍ଡରେ ପୂଜାର୍ଚ୍ଚନା କରାଯାଇ ମା ଙ୍କର ଆବାହନ କରାଯିବ ।

IMG-20230205-WA0003
Picsart_22-04-11_10-18-21-175

ଆଜି ପବିତ୍ର କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେବ ପୂଜା କମିଟି ସଦସ୍ୟମାନେ କୋଭିଡ କଟକଣା ମାନି ୪ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି
କରିଛନ୍ତି ଚଳିତବର୍ଷ ୨୯ ତାରିଖ ଦିନ ଭସାଣୀ ପର୍ବ ହେଉଥିବାରୁ ନିରାଡ଼ମ୍ବର ଭାବରେ ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Picsart_22-04-11_10-18-21-175

ଏଥିପାଇଁ ଜନସାଧାରଣଙ୍କୁ କୋଭିଡ କଟକଣା ମାନି ପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଚଳିତବର୍ଷ ପୂଜାରେ ଦୋଳି, ଉଠାଦୋକାନ
ଓ ଫାଷ୍ଟଫୁଡ ଦୋକାନ ନ ଖୋଲିବା ପାଇଁ କଟକଣା ଜାରି କରାଯାଇଛି।

ଜିଲ୍ଲାପାଳ ସରୋଜ କୁମାର ସେଠୀ କୁହନ୍ତି ଯେ, ଗଜଲକ୍ଷ୍ମୀ ପୂଜା ଓଡ଼ିଶା ନୁହେଁ ଦେଶର ପ୍ରସିଦ୍ଧ ପର୍ବ। ଚଳିତବର୍ଷ ଜନସାଧାରଣ କୋଭିଡ କଟକଣା ମାନି ଖୁସି ସହ ପୂଜା କରିବା ପାଇଁ କହିଛନ୍ତି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ଶିବା ସୁବ୍ରମଣୀ କୁହନ୍ତିଯେ, ସମସ୍ତେ କୋଭିଡ କଟକଣା ମାନି ଗଜଲକ୍ଷ୍ମୀ ପୂଜାକୁ ଉପଭୋଗ କରନ୍ତୁ । କିନ୍ତୁମାସ୍କ ଓ ସାନିଟାଇଜର, ସାମାଜିକ ଦୂରତା ମାନି ପୂଜା ପାଳନ କରିବା ପାଇଁ ନିବେଦନ କରିଛନ୍ତି ।

ଆଶୁତୋଷ ପାଢ଼ୀଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

three × one =