ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଆପଣ ଜଣେ ଶିକ୍ଷାବିତ, ସୁସଂଗଠକ, ସାହିତ୍ୟବାଦୀ, ଧାର୍ମିକ, ନାଟ୍ୟକାର, ନିଃସ୍ୱାର୍ଥପର ସେବକ ତଥା ଶିକ୍ଷାପ୍ରସାରକ ଭାବେ ଇନ୍ଦିପୁର ତଥା ଆଞ୍ଚଳିକ ସମସ୍ତ ମୌଜାରେ ଆପଣ ବେଶ ଜଣାଶୁଣା ଓ ଖ୍ୟାତି ଅର୍ଜନ କରିଥିଲେ। ଆପଣଙ୍କ ନାମ ବିବେକାନନ୍ଦ ଯାହାକି ଆପଣ ଆପଣଙ୍କ କାର୍ଯ୍ୟ ଓ ବ୍ୟବହାର ମାଧ୍ୟମରେ ସଦାସର୍ବଦା ପ୍ରକାଶ କରିଛନ୍ତି ।
ବାସ୍ତବିକ ଆପଣ ମଧ୍ୟ ଜଣେ ବିବେକି। ଆପଣଙ୍କ ବିନା ଆମ୍ଭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଜିର ଏ ସ୍ଥିତି ବୋଧେ କଳ୍ପନା କରିହୋଇ ନ ଥାନ୍ତା।ଏକ ଅନୁଭବୀ ହିଁ ଏକଥା ଆଜି ଚିନ୍ତା କରିପାରିବ। ଏହି ଅସମୟରେ ଆପଣ ଆଜି ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଗଲେ। ଭଗବାନ ଆପଣଙ୍କ ପବିତ୍ର ମହାନ ଆତ୍ମାର ସଦ୍ଗତି କରୁନ୍ତୁ ଏହା ହିଁ ପ୍ରାର୍ଥନା।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ,ଛାତ୍ରଛାତ୍ରୀ ତଥା ପରିଚାଳନା କମିଟି ତରଫରୁ ଆପଣଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପରମେଶ୍ବରଙ୍କ ପାଖେ ପ୍ରାର୍ଥନା କରୁଛୁ। ଏ ଅସମୟରେ ଆପଣଙ୍କ ପ୍ରିୟଜନ,ବନ୍ଧୁ,ପୁତ୍ର,ଜ୍ୱାଇଁ,ଝିଅ,ତଥା ଧର୍ମପତ୍ନୀଙ୍କୁ ଠାକୁରେ ଅସୀମ ସାହସ ଓ ଧର୍ଯ୍ୟ ଦିଅନ୍ତୁ। ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି।