Sunday, 06/October/2024 05:01
Mo Dhenkanal
ସ୍ପେସିଆଲ ରିପୋର୍ଟ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ,ଧାଡ଼ି ଦର୍ଶନକୁ ପ୍ରଶାସନର ଗୁରୁତ୍ୱ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା । ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ପ୍ରଶାସନ ତତ୍ପର ହୋଇଛି । କୋଭିଡ୍‌ ସଂକ୍ରମଣ ହଟିନଥିବାରୁ ଭକ୍ତଙ୍କ ପାଇଁ କ’ଣ ସବୁ କଟକଣା  ରହିବ ସେନେଇ ବିଚାର ବିମର୍ଶ ହେବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା  କରିବାକୁ ଆସନ୍ତାକାଲି ଶ୍ରୀମନ୍ଦିର ସମନ୍ୱୟ କମିଟିର ୱେବିନାର ଡକାଯାଇଛି । ସୂଚନା ମିଳିଛି ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ । ଏହାର ସୂଚନା ସିଂହଦ୍ୱାର ନୋ’ ଏଣ୍ଟ୍ରିଜୋନରେ ଭକ୍ତଙ୍କ ଦର୍ଶନ ସେଡ ନିର୍ମାଣରୁ ସୂଚନା ମିଳୁଛି । ପ୍ରଶାସନ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଧାଡ଼ି ଦର୍ଶନକୁ ଏବେ ଗୁରୁତ୍ୱ ଦେଉଛି । ତା ସହ ଶ୍ରୀମନ୍ଦିର ଭିତର ବେଢ଼ାରେ ବିଶୋଧନ ହୋଇଛି । ସିଂହଦ୍ୱାରରୁ ବାହାର କାଠ ପର୍ଯ୍ୟନ୍ତ  ଭକ୍ତଙ୍କ ଧାଡି ଦର୍ଶନ ରହିବ । ଧାଡି ଦର୍ଶନ ପାଇଁ ନାଟମଣ୍ଡପ, ସାତପାହାଚ, କୀର୍ତ୍ତନ ଚକଡା ଆଦିରେ ଲୁହା କ୍ୟାରିକେଡ୍‌ ଲାଗିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାରଙ୍କ ସଂଯୋଜନାରେ ଆସନ୍ତାକାଲି ଏହି ୱେବିନାରରେ ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ବ୍ୟତିତ ଶ୍ରୀମନ୍ଦିର ଦର୍ଶନ ସହ ଯୋଡି ରହିଥିବା ସମସ୍ତ ଭାଗୀଦାରଙ୍କ ମତାମତ ନିଆଯିବ ।ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ କୋଭିଡ୍‌ ଏସଓପି ଘୋଷଣା ମୁତାବକ ଦୁଇ ଡୋଜ କୋଭିଡ୍‌ ଟିକା ନେଇଥିବା ଭକ୍ତଙ୍କୁ କେବଳ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବା ନିଶ୍ଚିତ ହୋଇଯାଇଛି । ଏଥିପାଇଁ ଭକ୍ତମାନେ ପ୍ରମାଣପତ୍ର  ଦାଖଲ କରିବାକୁ ପଡିବ । ତା ବ୍ୟତୀତ ମାସ୍କ, ଧାଡି ଦର୍ଶନରେ ଭକ୍ତଙ୍କ ମଧ୍ୟରେ ୬ ଫୁଟର ଦୂରତା ରକ୍ଷା, ହାତ ଧୋଇ ଶ୍ରୀମନ୍ଦିର ପ୍ରବେଶ କରିବାର ଚଳନ୍ତି ନିୟମ ବି ପ୍ରଶାସନ ଲାଗୁ କରିବ ବୋଲି ଜଣାପଡିଛି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେ଼ଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

11 + 20 =