Monday, 07/October/2024 11:44
Mo Dhenkanal
ସ୍ପେସିଆଲ ରିପୋର୍ଟ

ଗୁରୁ ହିଁ ସାକ୍ଷାତ ଈଶ୍ୱର, ଗୁରୁ ଦିବସ କାହିଁକି ପାଳନ୍ତି ଶିଷ୍ୟମାନେ ଜାଣନ୍ତୁ !

ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ‘ଗୁରୁଦିବସ’ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ବାସ୍ତବରେ ସେ ଏହି ଦିନକୁ ‘ଗୁରୁଦିବସ’ ଭାବରେ ପାଳନ କରିବାକୁ ଛାତ୍ରମାନଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ। ଭାରତବର୍ଷରେ ଯେଉଁ କେତେଜଣ ମହାନ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜଣେ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାମିଲନାଡୁରେ ୫ ସେପ୍ଟେମ୍ବର ୧୮୮୮ରେ ଜନ୍ମଗ୍ରହଣ କରିଥିଲେ।

FB_IMG_1686103726896
Picsart_22-04-11_10-18-21-175

ଯେତେବେଳେ ସେ ଭାରତର ରାଷ୍ଟ୍ରପତି ହୋଇଥିଲେ,ସେତେବେଳେ ତାଙ୍କର କିଛି ଛାତ୍ର ଏବଂ ବନ୍ଧୁ ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ପରେ ସେ କହିଥିଲେ ଯେ,ମୋ ଜନ୍ମଦିନକୁ ପୃଥକ୍‌ ଭାବରେ ପାଳନ କରିବା ପରିବର୍ତ୍ତେ ଯଦି ଏହା ‘ଗୁରୁଦିବସ’ ଭାବରେ ପାଳନ କରାଯାଏ ତେବେ ଏହା ମୋ ପାଇଁ ଗର୍ବର କଥା ହେବ।

IMG-20230205-WA0003
Picsart_22-04-11_10-18-21-175

ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଇଆସୁଛି , ଏହିଦିନ ପ୍ରତ୍ୟେକ ସ୍କୁଲ,କଲେଜରେ ଛାତ୍ରୀଛାତ୍ର ସେମାନଙ୍କର ଗୁରୁମାନଙ୍କୁ ପୂଜା କରିଥାନ୍ତି। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜିଥାନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ, ସମାଜ ଓ ମଣିଷ ଗଠନରେ ନେଇଥାନ୍ତି ଉତ୍ତର ଦାୟିତ୍ୱ। ପାଠ ହେଉ କି ନୃତ୍ୟସଙ୍ଗୀତ, କ୍ରୀଡ଼ା ହେଉ କି ଅଭିନୟ, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ଯୁବସମାଜକୁ ବାଟ କଢ଼ାଇଥାଏ। ଏହି ମହାନ ଗୁରୁଙ୍କ ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶ ଗୁରୁଦିବସ ପାଳନ କରୁଛି। ସେହି ଜନନାୟକଙ୍କ ଚରଣରେ ଆଜିର ଦିନରେ କୋଟି କୋଟି ପ୍ରଣାମ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

15 − five =