ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ।
“ ମୋ ସ୍କୁଲ ” ପକ୍ଷରୁ ବିଶିଷ୍ଟ ପ୍ରଶାସିକା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳକୁ ନିଜର ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଥିବା ଟୁଇଟର ମାଧ୍ୟମରେ ଜଣାଇଛନ୍ତି।
ଏହି ଖବର ପାଇ ସମଗ୍ର ଢେଙ୍କାନାଳରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି,ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଛାତ୍ରୀ, ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି ଶିକ୍ଷାବିତ ତଥା ବିଶିଷ୍ଟ ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ବିଦ୍ୟାଳୟର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଡ୍ରଇଂଗ ଅଫିସର ତଥା ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ବିଦ୍ୟାଳୟ ‘ମୋ ସ୍କୁଲ ଅଭିଯାନ’ ଦାୟିତ୍ୱରେ ଥିବା ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ, ଛାତ୍ରୀ,ଛାତ୍ର, ଅଭିଭାବିକା, ଅଭିଭାବକ,ସ୍କୁଲ କମିଟିର ସଦସ୍ୟା, ସଦସ୍ୟ,ପୁରାତନ ଛାତ୍ରୀ, ଛାତ୍ର ବୃନ୍ଦ, ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟା ସଦସ୍ୟ ବୃନ୍ଦ ଓ ବିଦ୍ୟାଳୟ ପ୍ରେମୀ ଅସଂଖ୍ୟ ଜନ ସାଧାରଣ ନିଜ ନିଜର ଖୁସି ବ୍ୟକ୍ତ କରି ତାଙ୍କର ଏହି ଐତିହାସିକ ଘୋଷଣା ପାଇଁ ତାଙ୍କୁ ସ୍ବାଗତ,ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ସୂଚନା ଥାଉକି ଶୀମତୀ ସାହୁ ଙ୍କ ଶଶୁର ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ରୁ ତାଙ୍କର ଏହି ଘୋଷଣା ପୋଷ୍ୟ ବିଦ୍ୟାଳୟକୁ କେବଳ ଜିଲ୍ଲା ସ୍ତରରେ ନୁହେଁ ,ସମଗ୍ର ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସର୍ବାଙ୍ଗୀନ ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଏହାକୁ ଏକ ସୁପ୍ରତିଷ୍ଠିତ ବିଦ୍ୟାଳୟରେ ପରିଣତ କରିପାରିବେ ବୋଲି ସମସ୍ତେ ଦୃଢ଼ ଆଶା ପ୍ରକାଶ କରିଛନ୍ତି।
ଜିଲ୍ଲାର ସର୍ବପୁରାତନ ପ୍ରତିଷ୍ଠିତ ଓଡ଼ିଆ ଭାଷାର ପ୍ରଥମ ସମର କବି ତଥା ଗଦ୍ୟ ସ୍ରଷ୍ଟା କବି ବ୍ରଜନାଥ ବଡ଼ଜେନାଙ୍କ ନାମରେ ନାମିତ ଶତାୟୁ ବିଦ୍ୟାଳୟ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କୁ ସ୍ୱାଗତ ଓ ଅଭିନନ୍ଦନ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ଏବଂ ବିଦ୍ୟାଳୟର ସଫଳତାରେ ଶ୍ରୀମତୀ ସାହୁଙ୍କ ଯୋଗଦାନ ଅଭିସ୍ମରଣୀୟ ହେଉ ଏହାହିଁ ମୋ ଢେଙ୍କାନାଳ ପରିବାର ପକ୍ଷରୁ କାମନା ।
ରିପୋର୍ଟ- ବିଜ୍ଞାନ ମହାନ୍ତି