Sunday, 06/October/2024 02:46
Mo Dhenkanal
ସ୍ପେସିଆଲ ରିପୋର୍ଟ

ଆଜି ଢେଙ୍କାନାଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ ଓ ଧୂଳିଝଡ ଆଶଙ୍କା ।

ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ । ଆଜି ପୂର୍ବାହ୍ନ ସୁଦ୍ଧା ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଗଜପତି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନ‌ରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ନେଇ ଆକଳନ କରାଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏହାର ପରବର୍ତୀ ୨୪ ଘଣ୍ଟା ମଧ୍ୟ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ୩୦ରୁ ୪୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି । ତେବେ ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୪ ତାରିଖ ସକାଳରୁ ୧୫ ତାରିଖ ପୂର୍ବାହ୍ନ ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ସମୟରେ ପାଗରେ ସାମାନ୍ୟ ପରିବର୍ତନ ଆସିବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୧୩ ତାରିଖରେ ଆରବ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ୧୫ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ । ଏନେଇ ଜିଲ୍ଲା ଆପତ୍ତିକାଳୀନ ଅଧିକାରୀ ଓ ରାଜ୍ୟ ପାଣିପାଗ କାର୍ଯ୍ୟାଳୟରୁ ସୂଚନା।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

fifteen − 7 =