Sunday, 06/October/2024 03:39
Mo Dhenkanal
ସ୍ପେସିଆଲ ରିପୋର୍ଟ

ଅକ୍ସିଜେନ୍ ସିଲିଣ୍ଡର ଦାନ କଲେ ପ୍ରାକ୍ତନ ସେନା ଅଧିକାରୀ ‌।

ଢେଙ୍କାନାଳ, ୦୯.୦୫.୨୦୨୧- ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବକୁ ଅକ୍ସିଜେନ୍ ସିଲିଣ୍ଡର ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଢେଙ୍କାନାଳ ସହର ଉପକଣ୍ଠସ୍ଥ ହାଟରୋଡ ନିବାସୀ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ନଗେନ୍ଦ୍ର ନାଥ ସାହୁ । ବଜରଙ୍ଗ କ୍ଲବକୁ ଏହାର ନିଶୁଳ୍ପ ଅକ୍ସିଜେନ୍‌ ସିଲିଣ୍ଡର ସେବା ପରିଚାଳନା ନିମନ୍ତେ ଦଶହଜାର ଟଙ୍କାର ଆର୍ଥିକ ସହାୟତା ସହ ଏକ ଅକ୍ସିଜେନ୍‌ ସିଲିଣ୍ଡର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ବଜରଙ୍ଗ କ୍ଳବ ତରଫରୁ ଏହି ସିଲିଣ୍ଡର ସେବା ଦୀର୍ଘ ୧ ବର୍ଷ ହେବ ଚାଲୁ ରହିଛି । ଏହାଦ୍ୱାରା ସମାଜର ମଙ୍ଗଳ ହେବା ସହ ଅକ୍ସିଜେନ୍ ଅଭାବରୁ ଅକାଳରେ ଚାଲିଯାଉଥିବା ବହୁ ଅମୂଲ୍ୟ ଜୀବନ ବଂଚାଯାଇପାରୁଛି । କୋଭିଡ଼ରେ ଆକ୍ରାନ୍ତ ଥିବା ଶତାଧିକ ଗୃହ ସଙ୍ଗରୋଧରେ ରହୁଥିବା ରୋଗୀମାନେ ଉପକୃତ ହେବା ସହ ଜୀବନ ରକ୍ଷା କରିପାରୁଛନ୍ତି । ଢେଙ୍କାନାଳ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ କ୍ଲବର ଏହିଭଳି ନିସ୍ୱାର୍ଥପର ସେବାରେ ଅନୁପ୍ରାଣିତ ହୋଇ ଅକ୍ସିଜେନ୍ ସିଲିଣ୍ଡର ଦାନ ସହ ଆର୍ଥିକ ସହାୟତା ପ୍ରଦାନ କରି କ୍ଳବର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175
( ଉପସ୍ଥିତ ବଜରଙ୍ଗ କ୍ଲବର ସଦସ୍ୟ ମାନେ )

ଢେଙ୍କାନାଳ ସହରରେ ଦ୍ରୁତଗତିରେ ବଢୁଥିବା ମହାମାରୀରେ ସାହାଯ୍ୟ, ଆମ୍ବୁଲାନ୍ସ ସେବା ଓ ନିଶୁଳ୍ପ ଅକ୍ସିଜେନ୍ ସେବା ପାଇଁ ବଜରଙ୍ଗ କ୍ଳବ ତରଫରୁ ୨୪ ଘଟିଆ ଟେଲିଫୋନ୍ ନମ୍ବର ଜାରି ରହିଛି – ନମ୍ବର-୭୮୭୩୯୯୮୮୫୫, ୮୨୪୯ ୬୪୮୮୫୫, ୮୯୦୮୩୩୫୬୦୭ ଏବଂ ୯୯୩୭୦୬୦୦୮୯ ଅଟେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଆଶୁତୋଷ କର, ରବିନ୍ଦ୍ର ସୋନି, ବ୍ରହ୍ମାନନ୍ଦ ପଣ୍ଡା, ସନ୍ଦୀପ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଏକ୍ସିଜେନ୍‌ ସିଲିଣ୍ଡର ଓ ଆର୍ଥିକ ସହାୟତା ଗ୍ରହଣ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

5 × 4 =