କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବୋର୍ଡ ଏବଂ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଏବେ ୟୁଜି ଏବଂ ପିଜି ପରୀକ୍ଷା ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଉଭୟର କେବଳ ଫାଇନାଲ ପରୀକ୍ଷା ହେବ। ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନ୍ଲାଇନ୍ରେ ଏହି ପରୀକ୍ଷା କରାଯିବ ବୋଲି କୁଳପତିମାନଙ୍କ ସହ ବୈଠକରେ ନିଷ୍ପତ୍ତି ହେବା ନେଇ ଶୁକ୍ରବାର ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ୟୁଜି/ପିଜି ଫାଇନାଲ ପରୀକ୍ଷା କେବେ ହେବ ତାହା ସମ୍ପୃକ୍ତ ୟୁନିଭର୍ସିଟି ସ୍ଥିର କରିବେ। ବିଶ୍ୱବିଦ୍ୟାଳୟ ଅଥବା ଅଟୋନୋମସ କଲେଜ ଅନ୍ଲାଇନ୍ ପରୀକ୍ଷା ତାରିଖ ସ୍ଥିର କରିବେ। ତେବେ ଛାତ୍ରୀଛାତ୍ରମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ସୁବିଧା ନ ଥିବ ନିକଟସ୍ଥ ଡିଗ୍ରୀ କଲେଜରେ ଦେଇପାରିବେ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି ।
ବ୍ୟୁରୋ ଟିପୋର୍ଟ ମୋଢେଙ୍କାନାଳ