ଢେଙ୍କାନାଳ ସହରରେ ମଟକା ଚା’
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଧୀରେ ଧୀରେ ପଡ଼ିଲାଣି ଶୀତ । ଶୀତୁଆ ସକାଳୁ ସମସ୍ତ ଙ୍କର ଦରକାର ଚା’ । ଛୁଆଠୁ ବୁଢା ପର୍ଯ୍ୟନ୍ତ ସକାଳ ହେଲା ମାତ୍ରକେ ଖୋଜିଥାନ୍ତି ଗରମ ଗରମ ଚା’ ।
ତେବେ ଏ ହଉଚି କୁଞ୍ଜକାନ୍ତରେ ଥିବା ସରକାର ଟି ଷ୍ଟଲ ନାମ ଟି ଶୁଣିବାକୁ ଟିକେ ଅଜବ ଲାଗୁଚି ନା ?
ଏ ହେଉଛନ୍ତି ଚା’ ଦୋକାନ ର ମାଲିକ ହରିହର ସରକାର । ପ୍ରତେକ ଦିନ ସକାଳ ହେବା ମାତ୍ରେ ସରକାର ଟି ଷ୍ଟଲ ରେ ଲାଗିଥାଏ ଲମ୍ବା ଲାଇନ । ଉତ୍କଷ୍ଟ ମାନ ର ଚା ସାଙ୍ଗକୁ ମାଟି ପାତ୍ର
ଲୋକମାନଙ୍କୁ ଆକର୍ଷଣ କରିଥାଏ ।
ତେବେ କଣ ରହିଛି ଏହି ମଟକା ଚା’ ର ରହସ୍ୟ ଆସନ୍ତୁ ଶୁଣିବା ହରିହର ସରକାରଙ୍କ ମୁହଁରୁ
କୋଭିଡ କଟକଣା ଭିତରେ ସାମାଜିକ ଦୂରତା ଓ ପ୍ଲାଷ୍ଟିକ ମୁକ୍ତ ସହର ପାଇଁ ଏହା ଏକ ଛୋଟ ପ୍ରୟାସ ଓ ମାଟି ପାତ୍ର ପାଇଁ କିଛି କୁମ୍ଭାର ଶ୍ରେଣୀର ଲୋକ ଆତ୍ମନିର୍ଭରଶୀଳ ହୋଇ ପାରୁଛନ୍ତି ।
ତେବେ ଭଲ ପାତ୍ରରେ ଓ ଭଲ ଚା ପିଇବା ପାଇଁ ସହରର କୋଣ ଅନୁକୋଣରୁ ଗ୍ରାହକ ମାନଙ୍କ ସୁଅ ଛୁଟିଛି ।
ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ