Sunday, 08/September/2024 10:59
Mo Dhenkanal
ସ୍ପେସିଆଲ ରିପୋର୍ଟ

ଢେଙ୍କାନାଳ ଗଜଲଷ୍ମୀ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲଷ୍ମୀ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି ।

IMG-20230205-WA0003
Picsart_22-04-11_10-18-21-175

ସମ୍ପ୍ରତି କରୋନା ସଂକ୍ରମଣ ଓ ସରକାରଙ୍କ କୋଭିଡ ୧୯ ନିୟମ ବିଧିମୁତାବକ ପାଳନ କରାଯିବ । ଅକ୍ଟୋବର ୩୦ ତାରିଖ ରାତିରେ ଆରମ୍ଭ ହେବାକୁ ଥିବା ଏହି ପୂଜାରେ ସର୍ବାଧିକ ୭ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ସମସ୍ତ ଉପସ୍ଥିତ କର୍ମକର୍ତ୍ତା ମାସ୍କ ପରିଧାନ, ସାମାଜିକ ଦୂରତା ପାଳନ ସହିତ ସାନିଟାଇଯେସନ ପ୍ରତି ଧ୍ୟାନ ଦେବେ ।

Picsart_22-04-11_10-18-21-175

ପୂଜା ପ୍ରତିଷ୍ଠାନରେ ମାଇକ୍ ଦ୍ୱାରା କୌଣସି ପ୍ରକାର ବାଦ୍ୟ, ସଙ୍ଗୀତ କରାଯିବ ନାହିଁ ।

ପୂଜା ପୂର୍ବରୁ ପୂଜା ପ୍ରତିଷ୍ଠାନର ସମ୍ପୃକ୍ତ କର୍ମକର୍ତ୍ତା ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ ।

ପୂଜା ପ୍ରତିଷ୍ଠାନ ଗୁଡିକରେ ସର୍ବସାଧାରଣଙ୍କ ସମାବେଶ ହେବନାହିଁ। ପୂଜା ପ୍ରତିଷ୍ଠାନ ଗୁଡିକରେ ଯଥା ବିଧି ପୂଜାର୍ଚ୍ଚନା ହେବା ପରେ ନଭେମ୍ବର ୮ ତାରିଖ ଦିନ ବିସର୍ଜନ ପୂଜା କରାଯିବ ଏବଂ ୯ ତାରିଖ ଦିନ ସକାଳ ୯ ଟାରୁ ୧୧ ଟା ମଧ୍ୟରେ ପୌରପାଳିକା ପକ୍ଷରୁ ଧାର୍ଯ୍ୟ ପୋଖରୀ ଓ ଅସ୍ଥାୟୀ ଜଳାଶ୍ରୟରେ ଲଷ୍ମୀମାଙ୍କ ମୁଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯିବ । ବିସର୍ଜନ ସମୟରେ ମୂର୍ତ୍ତି ସହିତ ସର୍ବାଧିକ ୧୦ ଜଣ କର୍ମକର୍ତ୍ତା ଉପସ୍ଥିତ ରହିପାରିବେ ।

ପୂଜା ପ୍ରତିଷ୍ଠାନ ଗୁଡିକରେ ମା’ଙ୍କ ମୂର୍ତ୍ତି ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ଏବଂ ତୋରଣ ଆଦି ନକରାଯିବାକୁ ବୈଠକରେ ନିଷ୍ପତି ହୋଇଛି । ଏହି ପୂଜା ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ମାନଙ୍କରେ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ତା କରାଯିବ । ସହରକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ନିରବଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ ।

ନିରାଡ଼ମ୍ବର ଭାବେ ଲଷ୍ମୀପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଜନସାଧାରଣଙ୍କ ଠାରୁ କୌଣସି ପ୍ରକାର ଚାନ୍ଦା ସଂଗ୍ରହ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତି ହୋଇଛି । ଢେଙ୍କାନାଳ ଗଜଲଷ୍ମୀ ପୂଜା ଢେଙ୍କାନାଳର ଗର୍ବ, ଢେଙ୍କାନାଳର ସଂସ୍କୃତି ଓ ପରମ୍ପରାକୁ ବଜାୟରଖି ଶାନ୍ତି ଶୃଙ୍ଖଳାର ସହ ମାଙ୍କ ପୂଜା ଅନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ସୌଦାମିନୀ ସେଠି, ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ରାଣୀ ମିଶ୍ର, ଏ. ପି.ଡି ବିଜନ୍ କୁମାର ଥମ୍ବ, ମିଳିତ ବଜାର ଲଷ୍ମୀପୂଜା କମିଟିର ସଭାପତି ବିଶ୍ଵନାଥ ବେହେରା, ସମ୍ପାଦକ ପିତ୍ତବାସ ସାହୁ, ଶାନ୍ତି କମିଟିର ସଭାପତି ନବ କିଶୋର ଗୁରୁ, ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ଢେଙ୍କାନାଳ ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର, ପୌରପାଳିକାର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସଦର ତହସିଲଦାର ଲଷ୍ମୀଧର ରାଉତଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଗଜଲଷ୍ମୀ ପୂଜା ପାଳନ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି । ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ବିଜ୍ଞାନ ମହାନ୍ତି

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

15 − two =