Saturday, 18/May/2024 10:42
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଖୁଦୁରୁକୁଣୀ ଓଷା:ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ, କାହିଁକି ଓ କେମିତି ହୁଏ ପାଳନ ।

ବାର ମାସରେ ତେର ପର୍ବ । ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି। ଆଜି ଭାଦ୍ରବ ମାସର ପ୍ରଥମ ରବିବାର ହେତୁ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି। କୁଆଁରୀମାନେ ଭାଇର ମଙ୍ଗଳକାମନା କରି ଏହି ଓଷା ବା ବ୍ରତ କରିଥାନ୍ତି।

FB_IMG_1686103726896
Picsart_22-04-11_10-18-21-175

ଏହିଦିନ ଝିଅ ମାନେ ଭୋରୁ ଭୋରୁ ଉଠି ଗାଁ ଗଣ୍ଡା ବୁଲି ଫୁଲ ତୋଳନ୍ତି। ଏହାପରେ ନଦୀ ବା ପୁଷ୍କରଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ଫୁଲରେ ସଜାଇ ପୂଜା କରନ୍ତି । ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କ ମୂର୍ତ୍ତିକୁ ରଖା ଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଏହି ଦିନ ଫୁଲରେ ତୋରଣ ତିଆରି କରି ଚାରିଆଡେ ସଜାଯାଇ ଥାଏ। ଦିନ ସାରା କୁଆଁରୀ ଝିଅ ମାନଙ୍କର ଏହି ସାଜସଜ୍ଜାରେ ସମୟ ବିତିବା ପରେ ସନ୍ଧ୍ୟା ବେଳରେ ମାଆଙ୍କ ପୂଜା ଆରମ୍ଭ ହୋଇଥାଏ ।

IMG-20230205-WA0003
Picsart_22-04-11_10-18-21-175


ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ ପୁରାଣ ପଢ଼ାଯାଏ । ଶେଷରେ ମାଆ ମଙ୍ଗଳାଙ୍କ ଠାରେ ଭୋଗ ଲଗାଯାଏ । ପୂଜାରେ ଧୂପ ,ଦୀପ, ଶଙ୍ଖ, ହୁଳହୁଳି ମଧ୍ୟରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କାକୁଡ଼ି ,ଖସା ଲଡୁ ଓ ନାନାଦି ଫଳରେ ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ । ଯାହା ପାଇଁ ତାଙ୍କର ନାମ ଖୁଦୁରୁକୁଣୀ ହୋଇଅଛି ।

Picsart_22-04-11_10-18-21-175

ତେବେ କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

seventeen − five =