Saturday, 18/May/2024 10:24
Mo Dhenkanal
ସ୍ପେସିଆଲ ରିପୋର୍ଟ

କପିଳାସ ମହୋତ୍ସବ ଉଦଘାଟିତ

ଉଦ୍‌ଘାଟନୀ ଦିବସରେ କଳ୍ପନା ଦାସଙ୍କ ସ୍ମୃତିରେ ପର୍ବତାରୋହଣ । ଢେଙ୍କାନାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାଇକ୍ରୋମିଡିଆ ଆୱାରନେସ୍‌ର ୧୯ତମ ବାର୍ଷିକୋତ୍ସବ ଓ ୩ୟ କପିଳାସ ମହୋତ୍ସବ ଗାଁଦିଆସ୍ଥିତ ପ୍ରସିଦ୍ଧ କପିଳାସ ପୀଠ ଠାରେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ସ୍ମୃତିରେ ପର୍ବତାରୋହଣ କାର୍ଯ୍ୟକ୍ରମ ସହ ମହୋତ୍ସବର ଶୁଭଉଦ୍‌ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଉଦ୍‌ଘାଟକ ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ପୂଜକମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ର ପାଇଁ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାଇଁ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ କପିଳାସର ବାବା ଚନ୍ଦ୍ରଶେଖରଙ୍କ ନିକଟରେ ମଶାଲ ପୂଜା କରାଯାଇ ଅତିଥିମାନଙ୍କ ଦ୍ଵାରା ମଶାଲ ଯାତ୍ରା ଆରମ୍ଭ ହୋଇଥିଲା ଓ ପରେ ପରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

Picsart_22-04-11_10-18-21-175

ଅନୁଷ୍ଠାନର ସଦସ୍ୟ ଇଂ.ସୌମ୍ୟବ୍ରତ ସାହୁଙ୍କ ନେତୃତ୍ବରେ ବିଭିନ୍ନ ସ୍କୁଲ, କଲେଜ୍, କ୍ଲବ୍ ଓ ଅନୁଷ୍ଠାନରୁ ପ୍ରାୟ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ମନ୍ଦିର ପରିସରରୁ ଦେବସଭା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଇକ୍ରୋମିଡିଆର ଉପସଭାପତି ପରେଶ ପଟ୍ଟନାୟକ, ସମାଜସେବୀ ସୁକାନ୍ତ ମିଶ୍ର, ସାମ୍ବାଦିକ ସତ୍ୟସରୂପ ଦାସ, ଅରବିନ୍ଦ ସାହୁ, ହାସ୍ୟ କବି ଶତୃଘ୍ନ ମାଟି ଯୋଗଦାନ କରିଥିଲେ । ପରିଶେଷରେ ନିର୍ଦ୍ଦେଶକ ଅଥୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆସନ୍ତା କାଲି ଦ୍ବିତୀୟ ଦିନରେ ସହରାଂଚଳସ୍ଥିତ ଗୋପବନ୍ଧୁ ଟାଉନ୍ ହଲ୍‌ରେ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସହ ଅପରାହ୍ନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୪ ତାରିଖ ତଥା ତୃତୀୟ ଦିବସରେ ସତନ୍ତ୍ର କବିତା ଆସର କାର୍ଯ୍ୟକ୍ରମ ସହ ସଂଧା କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ର ବେହେରା, ଇନ୍ଦ୍ରଜିତ୍ ସାହୁ, ରାଜେନ୍ଦ୍ର ବେହେରା, ଅମନ୍ ଆୟୁଷ୍ମାନ୍ ଦାସ, ଡାଲିନ୍ ଡାଟନ୍, ରବିନ୍ଦ୍ର ପରିଡ଼ା, ପ୍ରିୟଙ୍କା ସାହୁ, ମୋହିନୀ ମୋନାଲିସା, ରାମେଶ୍ୱର ପଟ୍ଟନାୟକ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

fifteen + seventeen =