ଆନ୍ତର୍ଜାତୀୟ ଅନଲାଇନ କର୍ମଶାଳାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କଲେ ବିଜ୍ଞାନ କେନ୍ଦ୍ର ଓ ଶତାୟୁ, ବି.ବି. ହାଇସ୍କୁଲ,ଢେଙ୍କାନାଳ
ଢେଙ୍କାନାଳ:ସମ୍ପ୍ରତି କୋରୋନା ମାର୍ଗଦର୍ଶୀକାକୁ ସମ୍ପୂର୍ଣ ଅନୁସରଣ କରି
ପ୍ରାତଃ ଘ ୮.୩୦ମି ରୁ ଦିବା ଘ୧୦.୩୦ ମି ପର୍ଯ୍ୟନ୍ତ ଦୀର୍ଘ ୨ ଘଣ୍ଟା କାଳ ଅନୁଷ୍ଠିତ ଆନ୍ତର୍ଜାତୀୟ ଅନଲାଇନ କର୍ମଶାଳାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରି ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରି ମୋହନ ରାଉତଙ୍କ ମାର୍ଗଦର୍ଶନ,ନେତୃତ୍ୱ ଓ କର୍ମଚାରୀ ମାନଙ୍କ ସହାୟତାରରେ ଶିକ୍ଷା ସହାୟକ ଶଙ୍ଖର ଗୁରୁଙ୍ଗ ଓ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସଫଳ ଅଂଶଗ୍ରହଣ କରି ପ୍ରଶଂସାପତ୍ର ହାସଲ କରିଛନ୍ତି।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅନର୍ଗତ ନେହେରୁ ବିଜ୍ଞାନ କେନ୍ଦ୍ର, ମୁମ୍ବାଇ ଓ କେନ୍ଦ୍ରୀୟ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପ୍ରୟୋଗଶାଳା,(ସି. ଆର. ଟି. ଏଲ),କୋଲକତାର ସଂଯୁକ୍ତ ଆୟୋଜନରେ ଦେଶ ବିଦେଶରୁ ଓ ଭାରତର ବିଭିନ୍ନ ପ୍ରଦେଶରୁ ୨୩ ଗୋଟି ବିଜ୍ଞାନକେନ୍ଦ୍ରର ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଏହିପରି ସର୍ବମୋଟ ପ୍ରାୟ ୮୦ ଜଣ ଏହି ଅନଲାଇନ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।
ସଂଯୁକ୍ତ ରାଷ୍ଟ୍ର ଆମେରିକାର ବିଶ୍ୱ ପ୍ରସିଦ୍ଧ ବିଜ୍ଞାନ ପ୍ରଶିକ୍ଷକ ଏ.ଡ଼ି. ଗୋଲଡ଼ଷ୍ଟାଇନ ଓ ରବର୍ଟ ପାୟୋ ଯୁଗ୍ମ ଭାବରେ 'ବିଜ୍ଞାନ ଶିକ୍ଷା ପାଇଁ ବିଜ୍ଞାନ ଶିକ୍ଷଣ' ଏବଂ 'ସଂଗ୍ରହାଳୟ ଓ ବିଦ୍ୟାଳୟ ସମୂହର ସହାବସ୍ଥାନରେ ସଫଳ ଭାବରେ କାର୍ଯ୍ୟକ୍ରମ' ସମ୍ପର୍କରେ ଏହି ଅନଲାଇନ କର୍ମଶାଳା- ଓଣ୍ଡରସ ଆଣ୍ଡ ସ୍ପାର୍କ (Wonders And Spark) ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜିଜ୍ଞାସା, କଳ୍ପନା ଜାଗ୍ରତ ତଥା ଶିକ୍ଷାକୁ ସରଳ, ଆନନ୍ଦଦାୟକ,ବୋଧଗମ୍ୟ କରିବାପାଇଁ କେତୋଟି ନିଜେ ହାତରେ କରିପାରିବା ଶିକ୍ଷଣ ପ୍ରୟୋଗ ଓ ଗତିବିଧି, ମୋଗଲ ସମୟର ସ୍ଥାପତ୍ୟ, କାରୁକାର୍ଯ୍ୟର ବିଭିନ୍ନ ଚିତ୍ର ଅଙ୍କନପ୍ରଣାଳୀର ପ୍ରସ୍ତୁତି ସମ୍ପର୍କରେ ଅତ୍ୟନ୍ତ ସୁନ୍ଦର ଗଣିତ,ଜ୍ୟାମିତି, ବିଜ୍ଞାନ ଭିତ୍ତିଭୂମି ଉପରେ ଆଧାରିତ କୌଶଳ ପ୍ରଦର୍ଶନ କରିଥିଲେ।
ସେହିଭଳି ପୃଥିବୀର ଏକ ଘୁର୍ଣ୍ଣାୟମାନ ଗ୍ଲୋବ ଓ କମ୍ପାସ ସୂଚୀ ଦ୍ୱାରା ଯେକୌଣସି ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସୂଚାଉଥିବା ଦିଗନିର୍ଦେଶକ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଅତ୍ୟନ୍ତ ସହଜ ଉପାୟରେ ପ୍ରଦର୍ଶନ କରିପାରିଥିଲେ ଯାହାକି ସମସ୍ତଙ୍କୁ ଚକିତ କରିଥିଲା।କାର୍ଯ୍ୟକ୍ରମ ପରିଶେଷରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ଶିକ୍ଷା ଅଧିକାରୀ ମଥୁରି ମୋହନ ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।
ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ