Thursday, 25/April/2024 04:50
Mo Dhenkanal
ସ୍ପେସିଆଲ ରିପୋର୍ଟ

ମେଧାବୀ ଛାତ୍ରୀଙ୍କୁ ମିଳିଲା ସମ୍ମାନ

ମେଧାବୀ ଛାତ୍ରୀ ଅନ୍ୟା ଅନ୍ୱେଷାଙ୍କୁ ମିଳିଲା ସମ୍ମାନ

FB_IMG_1686103726896
Picsart_22-04-11_10-18-21-175

ଶ୍ରେୟା ଅନୁଷ୍ଠାନ ତରଫରୁ “ଶ୍ରେୟା ପ୍ରତିଭା ସମ୍ମାନ – ୨୦୨୦” ପ୍ରଦାନ କରାଯାଇଥିଲା। ଢେଙ୍କାନାଳର କେନ୍ଦ୍ରୀୟ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅନ୍ଯା ଅନ୍ୱେଷା ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ସୁଶ୍ରୀ ଅନ୍ଯା ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ସେ ଚିତ୍ରାଙ୍କନ ଓ ରଚନା ଲିଖନ ପ୍ରତିଯୋଗିତାରେ ଭାଗ ନେଇ ଅଦ୍ୟାବଧି ୨୫୦ରୁ ଅଧିକ ଥର ପୁରସ୍କୃତ ହେଇଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ତାହା ଛଡା PCRA ପରି ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୨୫,୦୦୦ ଟଙ୍କା ମଧ୍ୟ ପାଇଛନ୍ତି। ତାଙ୍କର ଏହି ପ୍ରତିଭା ତୃତୀୟ ଶ୍ରେଣୀରୁ ପରିସ୍ଫୁଟ ହୋଇଥିଲା। ତାଙ୍କର ପ୍ରତିଭାକୁ ସ୍ଵୀକୃତି ଓ ସମ୍ମାନ ଜଣାଇ ତାଙ୍କର ଜନ୍ମଦିନ ଅବସରରେ  ଶ୍ରେୟା ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏ ବର୍ଷର ପ୍ରତିଭା ରୂପେ ଚୟନ କରାଯାଇଥିଲା।

Picsart_22-04-11_10-18-21-175

ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଜ୍ୟୋତି ରଞ୍ଜନ  ମହାରଣା, ଉପସଭାପତି ଶ୍ରୀମତୀ ବନ୍ଦନା ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀମତୀ ସ୍ବର୍ଣ୍ଣଲତା ମିଶ୍ର, ତାଙ୍କର ପିତା ଶ୍ରୀ ଜତିନ୍ଦ୍ର ମିଶ୍ର, ମାତା ଶ୍ରୀମତୀ ନମିତା ତ୍ରିପାଠୀ ଉପସ୍ଥିତ ରହି ପୁଷ୍ପଗଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ।

ରିପୋର୍ଟ- ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

1 × four =