Thursday, 25/April/2024 09:32
Mo Dhenkanal
ସ୍ପେସିଆଲ ରିପୋର୍ଟ

ବିପ୍ଳବି ସାରଙ୍ଗଧର ଦାସଙ୍କ ୬୩ତମ ଶ୍ରାଦ୍ଧବାର୍ଷିକ ପାଳିତ

ବିପ୍ଳବି ସାରଙ୍ଗଧର ଦାସଙ୍କ ୬୩ ତମ ଶ୍ରାଦ୍ଧବାର୍ଷିକ ପାଳିତ ।

FB_IMG_1686103726896
Picsart_22-04-11_10-18-21-175

ଓଡ଼ିଶାର ପୂର୍ବତ୍ତନ ତଥା ଢେଙ୍କାନାଳର ପ୍ରଥମ ସାଂସଦ ସ୍ଵାଧିନତା ସଂଗ୍ରାମୀ ଗଡଜାତ ଗାନ୍ଧୀ ରୂପେ ପରିଚିତ ବିପ୍ଳବି ସାରଙ୍ଗଧର ଦାସଙ୍କ ୬୩ତମ ଶ୍ରାଦ୍ଧ ଦିବସ ଅବସରରେ ଢେଙ୍କାନାଳ ଶ୍ରୀ ବଳରାମ ଜୀଉ ମନ୍ଦିର ସନ୍ନିକଟ ତାଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଚ ପ୍ରତିମୃତ୍ତିରେ ଢେଙ୍କାନାଳର ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ସଙ୍ଗଠନ ବରରଙ୍ଗ କ୍ଲବ ଓ ବିପ୍ଳବି ସାରଙ୍ଗଧର ଦାସ ପାଠାଗାର ଓ ପଠନ କେନ୍ଦ୍ର ତରଫରୁ ଶୁକ୍ରବାର ପୂର୍ବାହ୍ନ ୧୧ ସମୟରେ ମାଲ୍ୟାର୍ପଣ ସହ ଧୂପ ଦାନ କରାଯାଇଥିଲା । ଏଥିରେ କ୍ଲବର ସଭାପତି ଅମରେନ୍ଦ୍ର ସାମଲ, ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, ସଭ୍ୟ ଦେବାଶିଷ ଯାଦବ, ଅଶ୍ଵନୀ ବେହେରା, ଗଣେଶ୍ୱର ମହାପାତ୍ର,ଜ୍ୟୋତି ପ୍ରକାଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, ବବୁଲ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ସାରଙ୍ଗଧର ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଯୋଗେନ୍ଦ୍ରନାଥ ତ୍ରିପାଠୀ ଏହି ଅବସରରେ ଯୋଗଦେଇ ବିପ୍ଳବି ସାରଙ୍ଗଧର ଦାସଙ୍କ ସ୍ମୃତିଚାରଣ କରିଥିଲେ ।ବଜରଙ୍ଗ କ୍ଲବ ଏହି ପ୍ରତିମୃତ୍ତି ଏବଂ ବିପ୍ଳବି ସାରଙ୍ଗଧର ଦାସ ପାଠାଗାର ଓ ପଠନ କେନ୍ଦ୍ରର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଦେଇତ୍ୱ ନେଇଥିବା ବେଳେ ଏଠାରେ ଉଜ୍ୱଳ ଆଲୋକର ବ୍ୟବସ୍ଥା, ଏବଂ ପାଖକୁ ଲାଗିଥିବା ଜାଗାରେ ସାରଙ୍ଗଧର ଦାସଙ୍କ ନାମରେ ଏକ ଉଦ୍ୟାନ କରିବା ଏବଂ ପ୍ରତିମୃତ୍ତି ସାମ୍ମାରେ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାକୁ ଏହି ମହାପୁରୁଷଙ୍କ ନାମରେ ନାମିତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇବାକୁ ସର୍ଵସଂମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା ।

ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

7 + nine =