Monday, 04/November/2024 11:31
Mo Dhenkanal
ସ୍ପେସିଆଲ ରିପୋର୍ଟ

ଆଜି ଇଦ୍ ବା ଇଦ୍‌-ଉଲ୍‌-ଫିତର, ଘରେ ଘରେ ପାଳୁଛନ୍ତି ଇଦ୍ ।

ଆଜି ଇଦ୍‌-ଉଲ୍‌-ଫିତର: କୋଭିଡ କଟକଣା ପାଇଁ ବନ୍ଦ ରହିଛି ସାମୂହିକ ନମାଜ ପାଠ । ଆଜି ଇଦ୍‌-ଉଲ୍‌-ଫିତର । ଇସଲାମ ଧର୍ମର ପବିତ୍ର ରମଜାନ ମାସ ଗତକାଲି ଶେଷ ହୋଇଛି। ଆଜି ସମଗ୍ର ଦେଶରେ ମୁସଲମାନ ଧର୍ମାବଲମ୍ବୀ ମାନେ ପାଳୁଛନ୍ତି ଇଦ୍ ପର୍ବ‌ । କୋଭିଡ କଟକଣା ଯୋଗୁ ଫିକା ପଡିଛି ଇଦ୍‌। ସାମୂହିକ ନମାଜ ପାଠ ବନ୍ଦ ରହିବା ହେତୁ , ଘରେ ଘରେ ଲୋକେ ପାଳୁଛନ୍ତି ଇଦ୍ ।

FB_IMG_1686103726896
Picsart_22-04-11_10-18-21-175

ମସଜିଦ୍‌ମାନଙ୍କରେ ୫ଜଣଙ୍କୁ ନେଇ ନମାଜ ପାଠ କରିବାକୁ ଅନୁମତି ମିଳିଛି। ତେଣୁ ଏଥର ସମସ୍ତେ ଘରେ ରହି ନମାଜ ପାଠ କରୁଛନ୍ତି । ଫୋନ ଓ ସୋସିଆଲ ମିଡିଆ ମାଧ୍ୟମରେ ଇଦ୍‌ ମୁବାରକ ଜଣାଉଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଗତବର୍ଷ ମଧ୍ୟ କୋଭିଡ କଟକଣା ପାଇଁ ସାମୂହିକ ନମାଜ ପାଠ ବନ୍ଦ ରହିଥିଲା। ସରିଲା ମାସକର ରୋଜା, ଆଜି ସାରା ଦେଶରେ ଇଦ୍ ପାଳୁଛନ୍ତି ମୁସଲମାନ ସଂପ୍ରଦାୟ: କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ମନା ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ । ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରିବାକୁ ସମସ୍ତେ ନିଷ୍ପତି ନେଇଥାନ୍ତି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

2 − 1 =