ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଜ୍ଞାଗୋଳା ଗ୍ରାମ ନିବାସୀ ଶ୍ରୀ ଦେବକାନ୍ତ ପ୍ରଧାନ କୋଭିଡରେ ଆକ୍ରାନ୍ତ ହୋଇ ଚେନାଇ ସ୍ଥିତ MGM ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଇକମୋ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା (ସମୁଦାୟ ୫୦ ହଜାର ଟଙ୍କା) ଆର୍ଥିକ ସହାୟତା ଶ୍ରୀ ପ୍ରଧାନଙ୍କ ପତ୍ନୀ ଶ୍ରୀମତୀ ସୌମ୍ୟା ସୁମିତ୍ରା ସାହୁଙ୍କୁ ପ୍ରଦାନ କରିଛନ୍ତି ।
ବ୍ୟୁରୋରିପୋର୍ଟ ମୋଢେଙ୍କାନାଳ