ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସାଇଚନ୍ଦନ ଦାସ ସମଗ୍ର ରାଜ୍ୟରେ ୧ମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ପ୍ରଥମେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସ୍ତରରେ ପ୍ରଥମ ହୋଇ ପୁର୍ବ ଇତିହାସର ପୁନରାବୃତ୍ତି କରିଛନ୍ତି। ସାଧନା ହିଁ ସଫଳତାର ଚାବିକାଠି ଏହା ପୁଣି ଥରେ ପ୍ରମାଣିତ ହୋଇଛି।
ଶ୍ରୀମାନ ସାଇଚନ୍ଦନ ଦାସ,ପିତା ପ୍ରମୋଦ କୁମାର ଦାସ ଓ ମା ଦେବଜାନୀ ଦାସଙ୍କ ଏକ ମାତ୍ର ପୁତ୍ର । ସାଇ ଚନ୍ଦନ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅଲଟରନେଟିଭ ରିଦମ୍ ଥିଏଟର ଏକାଡେମୀ ଆଣ୍ଡ ରିସର୍ଚ୍ଚ(ଆରତାର) ଅନୁଷ୍ଠାନରେ ବ୍ୟକ୍ତିତ୍ୱ ବିକାଶ ବିଭାଗରେ ଶିକ୍ଷାଲାଭ କରିବା ସହିତ ନାଟକରେ ଅଭିନୟ ଜାରି ରଖିଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ଗୁରୁ ଶ୍ରୀ ଦିନେଶ ଦାଶଙ୍କୁ ଶ୍ରେୟ ଦେଇଥିବା ବେଳେ ପିତା ମାତା ଓ ଗୁରୁଜନଙ୍କ ଆଶ୍ରିବାଦ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ