Monday, 07/October/2024 11:07
Mo Dhenkanal
ସ୍ପେସିଆଲ ରିପୋର୍ଟ

ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟର ଟପର ହେଲେ ସ୍ୱାଗତିକା

ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟ ଟପର ହେଲେ ସ୍ୱାଗତିକା ପଣ୍ଡା

FB_IMG_1686103726896
Picsart_22-04-11_10-18-21-175

ଆଜି ଗୁରୁ ଦିବସରେ ମୋର ପୂଜ୍ୟ ପ୍ରଣମ୍ୟ ଗୁରୁ ମାନଙ୍କର ଏହା ମୋ ପାଇଁ ଏକ ଆଶୀର୍ବାଦ ଓ ଉପହାର ବୋଲି ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟ କଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱାଗତିକା ପଣ୍ଡା ପ୍ରକାଶ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଆଜି ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ନିଜର ଏହି ସଫଳତାର ଶ୍ରେୟ ସେ ତାଙ୍କର ମାତା ପିତା, ଅଧ୍ୟାପକଙ୍କୁ ଦେବା ସହିତ ଭଗବାନଙ୍କ ଆଶୀର୍ବାଦ ବୋଲି ମନେ କରିଛନ୍ତି ।

Picsart_22-04-11_10-18-21-175

ଦଶମ ଶ୍ରେଣୀରେ ସଫଳତା ସହିତ ପ୍ରଥମ ସ୍ଥାନ ଅଧିକାର କରିବା ପରେ ସେ ଢେଙ୍କାନାଳ ମହାବିଦ୍ୟାଳୟ କୁ ତାଙ୍କର ପ୍ରଥମ ପସନ୍ଦ ମହାବିଦ୍ୟାଳୟ ଭାବରେ ଚୟନ କରିଥିଲେ । ଅଧ୍ୟାପକ ଅଧ୍ୟାପିକା ଙ୍କ ଉଚ୍ଚ କୋଟିର ଶିକ୍ଷାଦାନ ଓ ଛାତ୍ରୀ ନିବାସ ର ଶୃଙ୍ଖଳା ତାଙ୍କୁ ଏହି ସଫଳତା ପାଇଁ ସହାୟକ ହୋଇଥିଲା ବୋଲି କହନ୍ତି ସ୍ୱାଗତିକା ।

ମାତା ଗୀତାଞ୍ଜଳି ପଣ୍ଡା ଜଣେ ସାଧାରଣ ଗୃହିଣୀ ହୋଇ ମଧ୍ୟ ସ୍ୱାଗତିକା ଙ୍କୁ ପାଠ ପଢା ପ୍ରତି ବେଶୀ ଉତ୍ସାହିତ କରୁଥିଲେ । ସ୍ୱାଗତିକା ଙ୍କ ବାପା ବାଳି ଠାକୁରାଣୀ ଙ୍କର ପୂଜକ ଭାବରେ କାର୍ଯ୍ୟ କରନ୍ତି । ଆଗକୁ ସେ ଇଂରାଜୀ ସମ୍ମାନ ରେ ଅଧ୍ୟୟନ କରି ଜଣେ ଅଧ୍ୟାପିକା ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ତାଙ୍କର ଏହି ସଫଳତାରେ ତାଙ୍କୁ ଅଧ୍ୟକ୍ଷ ଡ. ଚତୁର୍ଭୁଜ ପତି, ଅଧ୍ୟାପକ ଦିଲୀପ କୁମାର ମଲ୍ଲିକ, ଡ. ଭୂପେଶ କୁମାର ସାହୁ, ଡ. ଆଦିତ୍ୟ କୁମାର ମେହେର, ତପନ କୁମାର ସେଟ୍ଟୀ, ଅଧ୍ୟାପିକା ଡ. ଟୁକୁନି ସାହୁ, ସୁନନ୍ଦା ସ୍ୱାଇଁ, ମଞ୍ଜୁଳିକା ନାୟକ, ପ୍ରଜ୍ଞା ପାରମିତା ପ୍ରଧାନ, ଡ. ସ୍ମରିତା ନାୟକ ଓ ଢେଙ୍କାନାଳ କଲେଜ ଆଲୁମନି ଆସୋସିଏସନର କାର୍ଯ୍ୟକାରୀ କମିଟି ପକ୍ଷରୁ ସଦସ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶୁଭେଛା ଜଣାଇଛନ୍ତି ।

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

4 + 17 =