କେନ୍ଦ୍ରୀୟ ପରିବହନ ଓ ସଡକ ଉନ୍ନୟନ ମନ୍ତ୍ରୀ ନୀତିନ୍ ଗଡକରୀଙ୍କୁ ପାର୍ଲାମେଣ୍ଟ ଅଧିବେଶନ ସମୟରେ ସାକ୍ଷାତ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ।ସାକ୍ଷାତ ଆଲୋଚନା ବେଳେ ଶ୍ରୀସାହୁ ରାଜ୍ୟର ସଡକ ସୁବିଧା ଓ ସୁରକ୍ଷା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବିଷଦ ଆଲୋଚନା କରିବା ବ୍ୟତୀତ ତାଙ୍କ ସଂସଦୀୟ କ୍ଷେତ୍ର ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ନଂ ଓ ୫୩ନଂ ଏବଂ ୧୪୯ନଂ କେନ୍ଦୁଝର-ପାଲଲହଡା ଜାତୀୟ ରାଜପଥର ନିମ୍ନମାନର କାମ ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ତଦନ୍ତ ଦାବୀ କରିଥିଲେ । ଏହାବ୍ୟତୀତ ଉକ୍ତ ରାଜପଥଗୁଡିକର କାର୍ଯ୍ୟ ତୁରନ୍ତ ଶେଷହେବ, ରାଜପଥରେ ଯାତାୟତ କରୁଥିବା ଅଞ୍ଚଳବାସୀ ତଥା ଉଭୟ ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନ ପର୍ଯ୍ୟନ୍ତ ମଧ୍ୟ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ଧନଜୀବନ ନଷ୍ଟ ହେଉଛି । ଜାତୀୟ ରାଜପଥ ଯାଇଥିବା ଅଞ୍ଚଳବାସୀ ମାନେ ଅନେକ ସମୟରେ ସାଂସଦଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଯାହାଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,
ଯେଉଁ ଗ୍ରାମ ଦେଇ ରାଜପଥ ଯାଇଅଛି ଗ୍ରାମବାସୀଙ୍କ ସହ ହୋଇଥିବା ଚୁକ୍ତିକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଏହାକୁ କିପରିଭାବେ ପାଳନ କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମାପ୍ତ କରି ଏହି ସମାସ୍ୟାର ସମାଧାନ କରିବା ନିମନ୍ତେ ସାଂସଦ ଶ୍ରୀ ସାହୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଡକରୀଙ୍କ ନିକଟରେ ଜଣାଇ କ୍ଷୋଭ ପ୍ରକାଶ କରିଥିଲେ ।ଏହାର ପ୍ରତିଉତ୍ତରରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ, ସାଂସଦଙ୍କ ସମସ୍ତ ଦାବୀକୁ ପୁରଣ କରିବା ସହ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ