ଦଶକୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ଵତରେ ସୌରପୋଡ ଜାତୀୟ ଡାଇନାସୋର ପ୍ରଜାତିଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ୱବିତ । ଏହି ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଢେଙ୍କାନାଳ ଝିଅ ଲିନାଶ୍ରୀ ଦଳବେହେରା । ସେ ୨୦୧୯ ରୁ ଏହି ବିଷୟରେ ଦୁଃସାହାସିକ ଭାବରେ ପାହାଡ଼ ପର୍ଵତ ଚଢ଼ି ଡାଇନାସୋରର ଜୀବାସ୍ମ ହାଡ଼କୁ ପରୀକ୍ଷା ନିରୀକ୍ଷା କରିଛନ୍ତି, ମେଘାଳୟ ରେ ପ୍ରଚୁର ବର୍ଷା ହେଉଥୁବାରୁ ବହୁ ଡାଇନାସୋରର ଅଂଶଵିଶେଷ ନଷ୍ଟ ହୋଇଯାଇଛି ।
ଯେଉଁ କେତୋଟି ହାଡ଼ ମିଳିଛି ତାକୁ ନେଇ ଗବେଷଣା ଚାଲୁ ରହିଥିବା ଜଣାଯାଇଛି । ଲିନାଶ୍ରୀ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୫ ସେଣସାହି ବାସିନ୍ଦା ଅବସରପ୍ରାପ୍ତ ଇ ଈଶ୍ବର ଚନ୍ଦ୍ର ବେହେରା ଓ ନାରୀ କବି ତୁଳସୀରାଣୀ ବେହେରା ଙ୍କ ସାନ ଝିଅ ଅଟନ୍ତି ।
ସେ ବାଣିବିହାର ରେ ସ୍ନାତକତା ପରେ ଖଡ଼କପୁରରେ ଭୂତତ୍ୱ ବିଜ୍ଞାନରେ ପାଠ ପଢ଼ିଥିଲେ । ତାଙ୍କର ଏହି ସଫଳତାରେ ଭୁବନ ତଥା ଢେଙ୍କାନାଳ ଜିଲ୍ଲାରେ ଆନନ୍ଦ ଖେଳି ଯାଇଛି । ସେ ଏବେ ସିଲଙ୍ଗରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ।ଭୁବନ ତୃପ୍ତି ପାଠାଗାର ପକ୍ଷରୁ ତାଙ୍କ ବାପା ମାଆଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଛନ୍ତି।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ