ଢେଙ୍କାନାଳ, ତା ୧୨.୦୫.୨୦୨୧- ଅପରାହ୍ନରେ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ସମସ୍ତ ଉପ ଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସା ଅଧ୍ବକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓମାନଙ୍କ ସହିତ ଆଲୋଚନା କରି ସମୀକ୍ଷା କରିଛନ୍ତି ।
ସମ୍ପ୍ରତି ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ଘଟୁଥିବାରୁ ରାଜ୍ୟ ତଥା ଜିଲ୍ଲା ବାହାରୁ କୌଣସି ବ୍ୟକ୍ତି ଆସୁଥିଲେ ସେମାନଙ୍କୁ ଅଙ୍ଗନବାଡି କର୍ମୀ, ଆଶା, ପି.ଆର.ଆଇ, ମେମ୍ବର, ୱାର୍ଡ ମେମ୍ବର, ସ୍ଥାନୀୟ ଶିକ୍ଷକ, ସରପଞ୍ଚଙ୍କ ଦ୍ଵାରା ଚିହ୍ନଟ କରାଯାଇ ଏକରୁ ଅଧିକ ଆରଟି ପିସିଆର । ଆଣ୍ଟିଜେନ ଟେଷ୍ଟ କରାଯିବା ସହିତ ଅକ୍ସିଜେନ ସ୍ତର ମଧ୍ୟ ଟେଷ୍ଟ କରାଯିବ । ପଜିଟିଭ ଚିହ୍ନଟ ହେଲେ ଲକ୍ଷଣ ଅନୁଯାଇ ସେମାନଙ୍କୁ ହୋମ ଆଇସୋଲେସନ / କୋଭିଡ କେୟାର ସେଣ୍ଟର / କେଭିଡ ହସ୍ପିଟଲରେ ରଖାଯାଇ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କରୋନା ଆକ୍ରାନ୍ତମାନଙ୍କୁ ତୁରନ୍ତ ମେଡ଼ିସିନ କିଟ ଯୋଗାଇ ଦେବା ସହିତ ସେମାନଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ନିୟମିତ ଭାବେ ବୁଝିବାକୁ ସ୍ବାସ୍ଥ୍ୟ ଅକାରୀ ଓ ଆର ଆର ଟିମ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । କଣ୍ଟାକ୍ଟ ଟ୍ରେସିଙ୍ଗ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ସେ ସ୍ବାସ୍ଥ୍ୟ ଅଧୁକାରୀଙ୍କୁ କହିଛନ୍ତି । କ୍ଲଷ୍ଟର ଟି ଏମସି ଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିବା ସହିତ କୋଭିଡ ହସିଟଲରେ ଅକ୍ସିଜେନର ବ୍ୟବସ୍ଥା ସହିତ ଆନୁଷଙ୍ଗିକ ଉପକରଣର ସୁବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୭ ଦିନ ଅଧୁକ ଯତ୍ନଶୀଳ ହୋଇ ସମଗ୍ର ଜିଲ୍ଲାରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ ସେ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦ୍ବିତୀୟ ପର୍ଯ୍ୟାୟରେ ଟୀକାକରଣକୁ ଅଗ୍ରାକାର ଦେବାକୁ ସେ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ଉଚିତ ମୁକାବିଲା ପ୍ରତ୍ୟେକ ବ୍ଲକରେ ୨ ଟି ଆମ୍ବୁଲାନସ ସର୍ବଦା ପ୍ରସ୍ତୁତ ରହିବ । ସେଥି ମଧ୍ୟରୁ ଗୋଟିଏ ଅକ୍ସିଜେନର ବ୍ୟବସ୍ଥା ରଖିବା ପାଇଁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବ୍ୟକ୍ତିଙ୍କର କୋଭିଡ ଜନିତ ମୃତ୍ୟୁ ଘଟିଲେ ସେମାନଙ୍କର ଶବ ବ୍ୟବସ୍ଥିତ ଭାବେ ସମ୍ପର୍ଣ କରିବାକୁ କହିଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତମାନେ ସ୍ବତଃ ଭାବେ ବାହାରେ ବୁଲାବୁଲି ନ କରି, ଅନ୍ୟମାନଙ୍କ ଠାରୁ ଆବଶ୍ୟକ ଦୂରତା ବଜାୟ ରଖିବା ପରିବାର ଲୋକ ଏବଂ ଅନ୍ୟମାନଙ୍କୁ ସଂକ୍ରମଣମୁକ୍ତ ରଖିବାକୁ ପରାମର୍ଶ ଦେବା ସହ ମାସ୍କ , ସାମାଜିକ ଦୂରତା ଅନୁପାଳନ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିବାହ ଏବଂ ଶୁଦ୍ଧିକ୍ରିୟା ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ସଂଖ୍ୟା ଠାରୁ ଅଧ୍ୟକ ଜନସମାଗମକୁ କଡାକଡି ନଜର ରଖିବୁ ଏବଂ ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଭିସି ସମୟରେ ଓସନ ହଲଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନରୋତ୍ତମ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଆପତକାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ ।