Monday, 07/October/2024 11:39
Mo Dhenkanal
ସ୍ପେସିଆଲ ରିପୋର୍ଟ

ସର୍ବ ଭାରତୀୟ ସି.ଡି.ଏସ୍ ପରୀକ୍ଷାରେ ଟପର ଢେଙ୍କାନାଳ ଝିଅ ଆଦିତି

ସର୍ବ ଭାରତୀୟ ସି.ଡି.ଏସ୍ ପରୀକ୍ଷା ରେ ଟପର ହେଲେ ଢେଙ୍କାନାଳ ଝିଅ ଆଦିତି।

FB_IMG_1686103726896
Picsart_22-04-11_10-18-21-175

ଯୁଗ୍ମ ସୁରକ୍ଷା ସେବା ପରୀକ୍ଷା (CDS)ରେ ଢେ଼ଙ୍କାନାଳ ଜିଲ୍ଲା ନାଧରା ଗ୍ରାମର ଆଦିତି ପରିଡା ଟପର ହୋଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ସାରା ଭାରତ ବର୍ଷ ରୁ ଏହି କଠିନ ପରୀକ୍ଷା ରେ ୬୭ ଜଣ ମହିଳାଙ୍କ ମଧ୍ୟ ରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ କହିଛନ୍ତି ଯେ କୁର୍ତ୍ତକାର୍ଯ୍ୟ ହେବାର ବିଶ୍ୱାସ ଥିଲା କିନ୍ତୁ ସର୍ବ ପ୍ରଥମ ସ୍ଥାନ ହାସଲ କରିବା ତାଙ୍କ ପାଇଁ ଏକ ଅଦ୍ଭୁତ ଆନନ୍ଦ ଆଣି ଦେଇଛନ୍ତି। ସେ ପିଲାଟି ଦିନରୁ ଦେଶ ସେବା କରିବା ନିମନ୍ତେ ତାଙ୍କ ପିତା ବ୍ରିଗେଡିଅର ଭୂଦେଵ ପରିଡାଙ୍କ ଠାରୁ ଅନୁପ୍ରାଣୀତ ହୋଇଥିଲେ। ସେ ପୁନେ ରେ ମାସ କମୁନିକେସନ ପାଠ୍ୟକର୍ମ କୁ ସିଂବସିସ କଲେଜ ପୁନେ ରେ ଗ୍ରାଜୁଏସନ କରିଛନ୍ତି। ଏହା ସହିତ ସେ ଓଡିଶୀ ନୁରତ୍ୟ ଓ ଭାରତ ନାଟ୍ୟମ ରେ ମଧ୍ୟ ପାରଙ୍ଗମ ଅଟନ୍ତି।ଖେଳ ରେ ମଧ୍ୟ କିଛି କମ ନୁହନ୍ତି। ୟୁନିଭରସିଟି ପକ୍ଷ ରୁ ସେ ଭଳି ବଲ ଟୁର୍ଣ୍ଣାମେଣ୍ଟ ରେ ପ୍ରତିନିଧିତୁ କରିଛନ୍ତି।ଝିଅ ର ଏହି କୁର୍ତ୍ତ କାର୍ଯ୍ୟ କୁ ନେଇ ମା ସୁଜାତା ପରିଡା ନିଜକୁ ଗର୍ବିତ ଭାବିବା ସହିତ ଝିଅ ର ସଫଳତା କୁ ନେଇ ତାଙ୍କ ପାଖରେ କିଛି ଭାଷା ନାହିଁ ବୋଲି କହିଛନ୍ତି।ପିଲାଟି ଦିନ ରୁ ଆଦିତି କଠିନ ପରିଶ୍ରମ କରୁଥିଲା ବୋଲି ମା ସୁଜାତା କହିଛନ୍ତି।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

+୨ ବିଜ୍ଞାନରେ ଢେଙ୍କାନାଳ ଜିଲ୍ଲା ଟପ୍ପର ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏରିନା ମହାପାତ୍ର ।

Mo Dhenkanal

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ !

Mo Dhenkanal

ବେସରକାରୀ ସ୍ତରରେ ନିଜ ବଜାରରେ ଆଇନ୍‌ଶୃଙ୍ଖଳା ରକ୍ଷା ପାଇଁ ପଦ୍ମବଜାରରେ ସିସିଟିଭି ବ୍ୟବସ୍ଥାର ଉଦ୍‌ଘାଟନ !

Mo Dhenkanal

Leave a Comment

five × five =