କଥାରେ ଅଛି ଯଦି ଭଗବାନ ବ୍ରହ୍ମାଙ୍କ ଦର୍ଶନ ହୋଇ ନାହିଁ ତେବେ ବ୍ରହ୍ମକମଳ ଦର୍ଶନ କରନ୍ତୁ । ଏହି ଦୁର୍ଲଭ ପୁଷ୍ପ ବ୍ରହ୍ମକମଳର ଦର୍ଶନ ମାତ୍ରେ ମଣିଷର ସମସ୍ତ ମନୋକାମାନ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କୁହାଯାଏ ଏହ ଦୁର୍ଲଭ ପୁଷ୍ପ ବ୍ରହ୍ମକମଳରେ ବାସ କରନ୍ତି ସ୍ବୟଂ ବ୍ରହ୍ମା । ତେଣୁ ଏହି ପୁଷ୍ପର ରହିଛି ସ୍ବତନ୍ତ୍ର ପରିଚୟ ।
ତେବେ ଏହି ଦୁର୍ଲଭ ଫୁଲ ବ୍ରହ୍ମକମଳର ବିଶେଷତ୍ୱ ହେଉଛି ଏହା ରାତିରେ ଫୁଚିଥାଏ ଆଉ ସକାଳ ହେଉ ହେଉ ଝାଉଁଳି ଯାଇଥାଏ । ବ୍ରହ୍ମକମଳ ଫୁଲ ଗଛର ପତ୍ରରୁ ହିଁ ଫୁଟିଥାଏ ଯାହା ପାଇଁ ଅନ୍ୟସମସ୍ତ ଫୁଲ ଠାରୁ ଏହା ସ୍ବତନ୍ତ୍ର ।
ସମାଜସେବୀ ଶେଷଦେବ ରାଉତଙ୍କ ଘର ବଗିଚାରେ ବିରଳ ବ୍ରହ୍ମକମଳ ୩ଟି ଫୁଲ ଫୁଟି ଅଛି । ଫୁଲ ଗୁଡିକୁ ଶ୍ରଦ୍ଧା ଓ ଭକ୍ତିର ସହ ସାଇବାବାଙ୍କୁ ଅର୍ପଣ କରିଛନ୍ତି ।
ରିପୋର୍ଟ- ବିଜ୍ଞାନ ମହାନ୍ତି