ପିପୁଲ ଫର ସ୍ମାଇଲ ପକ୍ଷରୁ ସ୍ୱତନ୍ତ୍ର ରକ୍ତଦାନ ଶିବିର।
ତୃତୀୟ ପର୍ଯ୍ୟାୟରେ ୧୮ରୁ୪୪ ବର୍ଷ ବୟସର ଯୁବବର୍ଗଙ୍କୁ ଟିକାକରଣ କରିବାକୁ ନିଷ୍କତ୍ତି ନେଇଛନ୍ତି ସରକାର। ଟିକା ନେବାର ୩ ମାସ ମଧ୍ୟରେ ରକ୍ତଦାନ ନକରିବାକୁ କୁହାଯାଇଛି। ଯାହା ଫଳରେ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି କମାକ୍ଷାନଗର ସ୍ବେଛାସେବୀ ସଂଗଠନ ପିପୁଲ ଫର୍ ସ୍ମାଇଲ ପକ୍ଷରୁ ନୂଆ କଲ୍ୟାଣ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
କେଭିଡ୍ କଟକଣା ପାଳନ ପୂର୍ବକ ଆୟୋଜିତ ଏହି ଶିବିରରୁ ମୋଟ୍ ୨୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। କାମାକ୍ଷାନଗର ଉପଜିଲ୍ଲାପାଳ ଇଂ.ବିଷ୍ଣୁପ୍ରସାଦ ଅଚର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହ ସଂଗଠନର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ସମ୍ମାନିତ ଅତିଥି ଭାବେ କମାକ୍ଷାନଗର ଥାନା ଅଧିକାରୀ ଅଭିନବ ଡାଳୁଆ, ତହସିଲଦାର ସଞ୍ଜୟ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ପିପୁଲ ଫର ସ୍ମାଇଲର ଏହି ସାଧୁ ଉଦ୍ୟମକୁ କାମାକ୍ଷାନଗର ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଇଛି ।
କାମାକ୍ଷାନଗରୁ ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ ।